ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ଶେଷ ୧୫ ମିନିଟ୍ ବେଶ ଗୁରୁତ୍ୱପୂର୍ଣ୍ଣ

ଚନ୍ଦ୍ରଯାନ-୩: ଆଜି ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । ସଂଧ୍ୟା ୬ଟା ୪ ମିନିଟ୍ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-୩ । ଏଥିପାଇଁ ଆରମ୍ଭ ହୋଇଛି କାଉନ୍ଟଡାଉନ୍ । ଧାର୍ଯ୍ୟସୂଚୀ ଅନୁସାରେ ସବୁ ଠିକ୍ଠାକ୍ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଗତ ରବିବାର ଏହି ମିସନର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ ବା ଗତିବେଗ ହ୍ରାସ ସଫଳତାର ସହ ସମ୍ପାଦନ କରାଯାଇଥିଲା । ଏହାର ଗତିବେଗ ନିୟନ୍ତ୍ରଣ ପ୍ରକ୍ରିୟା ଯଥାରୀତି ଜାରି ରହିଛି ।

gpkandhamal

ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି ଏବଂ ନରମ ଅବତରଣ ପାଇଁ ଏହା ସବୁ ଦିଗରୁ ସମର୍ଥ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଭାରତର ଏହି ମିଶନ ଚନ୍ଦ୍ରଯାନ ଉପରେ ଏବେ ସାରା ବିଶ୍ୱର ରହିଛି ନଜର । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପ୍ରକ୍ରିୟା ୪ଟି ପ୍ରକ୍ରିିୟାରେ ହେବ ।

Umasankar Adv
Leave A Reply

Your email address will not be published.