ରାତି ଅଧରେ ‘ଆମାଜନ୍‌’ ମ୍ୟାନେଜର୍‌ଙ୍କୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ‘ଇ-କମର୍ସ ପ୍ଲାଟ୍‌ଫର୍ମ’ ‘ଆମାଜନ୍‌’ରେ ମ୍ୟାନେଜର୍‌ ଭାବେ କର୍ଯ୍ୟ କରୁଥିବା ଦିଲ୍ଲୀର ଜଣେ ୩୬ ବର୍ଷିୟ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ଗୁଳି ମାରି ହତ୍ୟା କରାଯାଇଥିବା କଥା ପୁଲିସ କହିଛି। ପୁଲିସ କହିଛି, ମଙ୍ଗଳବାର ବିଳମ୍ବିତ ରାତ୍ରରେ ହରପ୍ରୀତ୍‌ ଗୀଲ୍‌ ନାମକ ଉକ୍ତ ମ୍ୟାନେଜର୍‌ ତାଙ୍କର ଜଣେ ବନ୍ଧୁଙ୍କ ସହିତ ବାଇକ୍‌ରେ ଭଜନପୁର ଅଞ୍ଚଳ ଅନ୍ତର୍ଗତ ସୁଭାଷ ବିହାର ପାଖ ଦେଇ ଯାଉଥିବା ବେଳେ ସ୍କୁଟି ଓ ବାଇକ୍‌ ଚଢ଼ି ଆସିଥିବା ୫ଜଣ ଦୁର୍ବୃତ୍ତ ଦୁଇଜଣଙ୍କ ଉପରକୁ ଗୁଳି ଚଳାଇଥିଲେ।

gpkandhamal

ଗୋଟିଏ ଗୁଳି ହରପ୍ରୀତ୍‌ଙ୍କ ମୁଣ୍ଡରେ ବିଦ୍ଧ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ବନ୍ଧୁ ଗୋବିନ୍ଦ ସିଂହଙ୍କ ଡାହାଣ କାନରେ ବି ଗୁଳି ଆଘାତ ଲାଗିଛି। ସମ୍ପ୍ରତି ସେ ‘ଏଲ୍‌ଏନ୍‌ଜେପି’ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ଲାଗି ପୁଲିସ ସେ ଅଞ୍ଚଳରେ ଲାଗିଥିବା ‘ସିସିଟିଭି’ର ଫୁଟେଜ୍‌ ଯାଞ୍ଚ କରୁଛି। ୩୬ ବର୍ଷିୟ ହର୍‌ମାନ୍‌ ପ୍ରୀତ୍ ଭଜନପୁରାର ‘ଷ୍ଟ୍ରିଟ୍‌ ନମ୍ବର ୧’ ରହୁଥିବା ବେଳେ ୩୨ ବର୍ଷିୟ ଗୋବିନ୍ଦ ସିଂହ ‘ହଙ୍ଗ୍ରି ବାର୍ଡ’ ନାମରେ ଗୋଟାଏ ‘ମୋ ମୋ’ ଦୋକାନ ଚଳାଉଛନ୍ତି। କିନ୍ତୁ, କେଉଁ କାରଣରୁ ଦୁର୍ବୃତ୍ତମାନେ ସେମାନଙ୍କୁ ହତ୍ୟା କରିବାକୁ ଗୁଳି ଚଳାଇଥିଲେ ତାହା ଜଣା ପଡ଼ିନାହିଁ। ପୁଲିସ ନରହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Umasankar Adv
Leave A Reply

Your email address will not be published.