ଦିଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ; ସାମାନ୍ୟ ଜର ହୋଇଛି

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀସ୍ଥିତ ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିବା କଥା ‘ନିଉଜ୍‌ ଏଜେନ୍‌ସି ଏଏନ୍‌ଆଇ’ ରିପୋର୍ଟ କରିଛି। ‘ଏଏନ୍‌ଆଇ’ ରିପୋର୍ଟରେ ଉଲ୍ଲେଖ ଅଛି କି, ସୋନିଆଙ୍କୁ ସାମାନ୍ୟ ଜ୍ବର ହୋଇଛି। ସେ ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ଅଛନ୍ତି। ସମ୍ପ୍ରତି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହା ପୂର୍ବରୁ ଚଳିତ ବର୍ଷ ସୋନିଆ ଗାନ୍ଧୀ ୨ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଭୂତାଣୁଜନିତ ଶ୍ବାସନଳୀ ସଂକ୍ରମଣ ଯୋଗୁଁ ଚିକିତ୍ସା ନିମନ୍ତେ ୨୦୨୩ ଜାନୁଆରି ୧୨ ତାରିଖରେ ସେ ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିଲେ। ଜାନୁଆରି ୧୭ରେ ତାଙ୍କୁ ଡାକ୍ତରଖାନାରୁ ‘ଡିସ୍‌ଚାର୍ଜ’ କରାଯାଇଥିଲା। ଜ୍ବର ହେବାରୁ ୨୦୨୩ ମାର୍ଚ ୨ ବି ସୋନିଆ ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିଲେ।

gpkandhamal

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୧ ତାରିଖ ଦିନ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବିରୋଧୀ ଦଳମାନଙ୍କ ‘ଇଣ୍ଡିଆ’ ମେଣ୍ଟର ବୈଠକରେ ସୋନିଆ ଗାନ୍ଧୀ ଯୋଗ ଦେଇଥିଲେ। ଝିଅ ପ୍ରିୟଙ୍କା ଓ ପୁଅ ରହୁଲ୍‌ ବି ସେଠାରେ ତାଙ୍କ ସହିତ ଥିଲେ।

Umasankar Adv
Leave A Reply

Your email address will not be published.