ପ୍ରଖ୍ୟାତ ଜିମ୍ବାୱେ କ୍ରିକେଟର୍‌ ହିଥ୍‌ ଷ୍ଟ୍ରିକ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ଜିମ୍ବାୱେର ପୂର୍ବତନ କ୍ରିକେଟ୍‌ ଖେଳାଳି ହିଥ୍‌ ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।

gpkandhamal

ହିଥ୍‌ ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ପରେ  ତାଙ୍କ ସ୍ତ୍ରୀ ନେଡିନ୍‌ ସାମାଜିକ ଗଣମାଧ୍ୟମରେ ସ୍ବାମୀଙ୍କ ସ୍ମୃତିରେ ଅନ୍ତରଛୁଆଁ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି: ୨୦୨୩ ସେପ୍ଟେମ୍ବର ୩ ତାରିଖ ରବିବାର ପ୍ରତ୍ୟୁଷରେ ମୋ ଜୀବନର ଶ୍ରେଷ୍ଠ ସ୍ନେହ ଓ ମୋ ଗେହ୍ଲା ପିଲାମାନଙ୍କର ବାପାଙ୍କୁ ଦେବଦୂତଙ୍କ ସହିତ ଭେଟ କରାଇବା ପାଇଁ ବାସଭବନରୁ ନିଆଯାଇଛି। ସେହି ବାସଭବନରେ ସେ ପରିବାରବର୍ଗ ଓ ଅନ୍ତରଙ୍ଗ ପ୍ରିୟପରିଜନଙ୍କ ମେଳରେ ଶେଷ ଦିନ ସବୁ ବିତାଇବାକୁ ଇଚ୍ଛା କରୁଥିଲେ। ତାଙ୍କୁ ସ୍ନେହ ଓ ଶାନ୍ତିରେ ଆବୃତ କରାଯାଇଥିବାରୁ ସେ ପାର୍କରୁ ଏକାକୀ ଚାଲି ଚାଲି ଯାଇ ପାରି ନ ଥିଲେ। ଷ୍ଟ୍ରିକି, ଚିରନ୍ତନତା ପାଇଁ ଆମ ଆତ୍ମା ସମ୍ମିଳିତ ହୋଇଛି। ପୁଣି ତୁମକୁ ପାଇବା ପର୍ଯ୍ୟନ୍ତ ପ୍ରତୀକ୍ଷା କରୁଛି। ସୂଚନାଯୋଗ୍ୟ, ଷ୍ଟ୍ରିକ୍‌ ‘କଲୋନ୍’ ଓ ‘ଲିଭର୍‌’ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଉଲ୍ଲେଖଯୋଗ୍ୟ, ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍‌ ଅଲ୍‌ରାଉଣ୍ଡର୍‌ ହିଥ୍‌ ‌ଷ୍ଟ୍ରିକ୍‌ଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କର ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରି ଓଲଙ୍ଗ୍‌ ‘ଏକ୍ସ୍‌’ କରି ଅଗଷ୍ଟ ୨୩ ତାରିଖ ଦିନ ସୂଚନା ଦେଇଥିଲେ। କିନ୍ତୁ, ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ସଂକ୍ରାନ୍ତରେ କୌଣସି ଔପଚାରିକ ଘୋଷଣା କରାଯାଇ ନ ଥିଲା।

Umasankar Adv
Leave A Reply

Your email address will not be published.