‘ଆଦିତ୍ୟ-ଏଲ୍‌୧’ର ପ୍ରଥମ କକ୍ଷପଥ ପରିବର୍ତ୍ତନ ସଫଳ ହୋଇଛି

ନୂଆଦିଲ୍ଲୀ: ‘ଆଦିତ୍ୟ-ଏଲ୍‌ ୧’କୁ ନୂତନ କକ୍ଷପଥକୁ ନେବା ପାଇଁ ଆଜି କରାଯାଇଥିବା ପ୍ରଥମ ‘ଆର୍ଥ-ବାଉଣ୍ଡ୍‌ ଫାଇରିଙ୍ଗ୍‌’ ସଫଳ ହୋଇଥିବା କଥା ‘ଇସ୍ରୋ’ କହିଛି। ‘ଇସ୍ରୋ’ ଆହୁରି ମଧ୍ୟ କହିଛି ଯେ, ଦେଶର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ ଭଲ ଅଛି ଏବଂ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିବା ପରି ମନେହେଉଛି।

gpkandhamal

‘ଏକ୍ସ୍‌’ କରି ‘ଇସ୍ରୋ’ ସୂଚନା ଦେଇଛି: ଆଦ୍ୟି-ଏଲ୍‌୧ ମିସନ୍‌: ସାଟେଲାଇଟ୍‌ ଭଲ ଅଛି ଓ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥାଇ ପାରେ। ବେଙ୍ଗାଲୁରୁସ୍ଥିତ ‘ଆଇଏସ୍‌ଟିଆର୍‌ଏସି’ରେ କରାଯାଇଥିବା ପ୍ରଥମ ‘ଆର୍ଥ-ବାଉଣ୍ଡ୍‌ ମାନୁଭର୍‌’ (ଇବିଏନ୍‌#୧) ସଫଳ ହୋଇଛି। ନୂଆ କକ୍ଷପଥର ଆକାର ହେଉଛି ୨୪୫ କିଲୋମିଟର୍‌ x ୨୨୪୫୯ କିଲୋମିଟର୍‌।

Umasankar Adv
Leave A Reply

Your email address will not be published.