ଶାନ୍ତି ବାର୍ତ୍ତା ନେଇ ସାଇକେଲ୍‌ରେ ବାଂଲାଦେଶ ଯିବେ ଦୁଇ ଓଡ଼ିଆ ଝିଅ

ଭୁବନେଶ୍ବର: ମହାରାଷ୍ଟ୍ରର ଅହମଦ ନଗରସ୍ଥିତ ସ୍ନେହାଳୟ ସଂଗଠନ ତରଫରୁ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ଶାନ୍ତି ସଦ୍‌ଭାବନା ସାଇକେଲ ଯାତ୍ରା। ଏହି ଯାତ୍ରା କୋଲକାତାରୁ ଆରମ୍ଭ ହୋଇ ବାଂଲାଦେଶ ଅଭିମୁଖେ ଯିବ। ସେଠାରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଆଶ୍ରମ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଯୁବ ଶାନ୍ତି ଶିବିରରେ ସାଇକେଲ୍‌ ଯାତ୍ରୀମାନେ ସାମିଲ ହେବେ।

ଓଡ଼ିଶାରୁ ଜାତୀୟ ଯୁବ ପ୍ରକଳ୍ପର ଦୁଇ ଜଣ ସ୍ୱେଚ୍ଛାସେବୀ ଅରୂପା ଗୌଡ଼ ଓ ପୂଜା ଡାକୁଆ ସାଇକେଲ୍‌ ଯାତ୍ରାରେ ସାମିଲ ହେବେ। ଏଥି ପାଇଁ ଆଜି ଭୁବନେଶ୍ୱରସ୍ଥିତ ଜାତୀୟ ଯୁବ ପ୍ରକଳ୍ପ ସଂଗଠନ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରା‌ଯାଇଥିଲା। ରମାଦେବୀ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ସୁଶାନ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଧନା ସଭାରେ ଯୁବ ଉଦ୍ୟୋଗୀ ବିନାୟକ ପାଣିଗ୍ରାହୀ, ବିଭୁ ସ୍ୱାଇଁ, ପ୍ରଫେସର ରଘୁନାଥ ମଣ୍ଡଳ, ଇଞ୍ଜିନିୟର ସୁନିଲ ନାୟକ, ସ୍ୱର୍ଣଲତା ଜେନା, ସମାଜସେବୀ ସରୋଜ, ରାକେଶ ଓ ଦେବଯାନୀ ଦାସ ଯୋଗ ଦେଇ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ବର୍ଦ୍ଧନା ସଭାକୁ ପୂର୍ଣ୍ଣିମା, ଲିଜା, ହରିଶଙ୍କର, ତୁଷାରକାନ୍ତ, ମାନସୀ ପରିଚାଳନା କରିଥିଲେ। ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁ ଭାଇ ଧନ୍ୟବାଦ ଜଣାଇଥିଲେ।

Umasankar Adv
Leave A Reply

Your email address will not be published.