୨୪ ଘଣ୍ଟାରେ ବଲାଙ୍ଗୀରରେ ୨୧୫ ମିଲି ମିଟର ବର୍ଷା ରେକର୍ଡ; ଏହି ସବୁ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ସୃଷ୍ଟି ହେଲା ସୁଦୃଶଃ ଲଘୁଚାପ କ୍ଷେତ୍ର। ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଏହା ସକ୍ରିୟ ରହିଛି। ପୂର୍ବାନୁମାନ ଅନୁଯାୟୀ ଓଡ଼ିଶା ଏବଂ ଛତିଶଗଡ ମଧ୍ୟ ଦେଇ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ୨୧୫ ମିଲି ମିଟର ବର୍ଷା, ଜଗତ୍‌ସିଂହପୁରରେ ୧୭୭.୨, କେନ୍ଦ୍ରାପଡାରେ ୧୩୨.୪  ଏବଂ  ଭୁବନେଶ୍ୱରରେ ସକାଳ ୮.୩୦ ସୁଦ୍ଧା ୫୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି। ବଲାଙ୍ଗୀରରେ ପ୍ରବଳ ବର୍ଷା ହେତୁ ଜିଲ୍ଲାର ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି। ସମସ୍ତ ସରକାରୀରୁ ନେଇ ବେସରକାରୀ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ରେଡ଼ ୱାର୍ଣ୍ଣିଂ ଥିବା ଜିଲ୍ଲା ଗୁଡିକରେ ହିଁ ବର୍ଷା ଲାଗି ରହିଛି। ଆଜି ମଧ୍ୟ କିଛି ଅଞ୍ଚଳରେ ବର୍ଷାର ପରିମାଣ ୨୦ସେମିରୁ ଅଧିକ ରହିପାରେ। ଆଜି ପ୍ରବଳ ବର୍ଷା ରହିବ, ଆସନ୍ତାକାଲି ବର୍ଷାର ପରିମାଣ ଧିରେ ଧୀରେ କମିବ। ଯେଉଁସବୁ ଅଞ୍ଚଳରେ ୨୦ ମିଲି ମିଟର ବର୍ଷା ହୋଇଛି ସେହି ଅଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ତଳୁଆ ଅଞ୍ଚଳରେ ପାଣି ଜମି ରହିବ। ‌ସେଥିପାଇଁ ଘର ଭୁଶୁଡ଼ିବା ଆଶଙ୍କା ମଧ୍ୟ କରାଯାଉଛି। ଚାଷୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସହରରେ ମଧ୍ୟ ରାସ୍ତାରେ ଦୃଶ୍ୟମାନ ଦୂରତା କମିବାର ସମ୍ଭାବନା ରହିଛି, ତେଣୁ ଯାତାୟାତ ବାଧାପ୍ରାପ୍ତ ହୋଇପାରେ । ଏହା ସହ କିଛି ନଦୀରେ ପାଣି ବଢ଼ିବ। ଦୁଇ ଦିନରେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହୋଇଛି । ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ମଧ୍ୟମ ଧରଣର ବର୍ଷା ରହିବ। ୧୬ରୁ ଧିରେ ଧୀରେ କମିବ। ବନ୍ୟା ସ୍ଥିତି ସମ୍ପର୍କରେ କୌଣସି ସୂଚନା ଯଦିଓ ନାହିଁ, କିନ୍ତୁ ଦକ୍ଷିଣ ଓଡ଼ିଶାର ବର୍ଷାର ପରିମାଣ ଭଲ ଥିବାରୁ କିଛି ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ହୋଇଛି।

gpkandhamal

ସେପ୍ଟେମ୍ବର ମାସରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ଼ ହୋଇଛି । ଯେଉଁ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଥିଲା ତାହା ଭରଣ ହୋଇଛି। ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଯେଉଁଠି ନିଆଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା, ସେହି ଜିଲ୍ଲା ଗୁଡିକରେ ଅର୍ଥାତ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, ରାୟଗଡ଼ା ଭଳି ଜିଲ୍ଲାରେ ବର୍ଷାର ପରିମାଣ ବଢିଥିବାରୁ ନିଅଣ୍ଟିଆ ବର୍ଷାର ଭରଣା ହୋଇଛି । ପୁଣି ୧୯ ତାରିଖ ବେଳକୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି। ତେଣୁ ନିଅଣ୍ଟିଆ ବର୍ଷା ବିଶେଷ ଭାବରେ ନାହିଁ।

Umasankar Adv
Leave A Reply

Your email address will not be published.