ଏଟିଏମ ମେସିନ ଚୋରି କରି ନେଉଥିଲେ ଚୋର, କିନ୍ତୁ ମଝି ରାସ୍ତାରେ …

ଜାମତାରା: ଜାମତାରା ବାବଦରେ ଅଧିକାଂଶ ଲୋକ ଜାଣିଥିବେ ନିଶ୍ଚୟ । ସାଇବର ଠକେଇର ହବ୍ ଭାବେ ଚର୍ଚ୍ଚାକୁ ଆସିଥିବା ଜାମତାରା ଏଥର ଏକ ଭିନ୍ନ ଧରଣର ଲୁଟ୍ ପାଇଁ ଚର୍ଚ୍ଚାକୁ ଆସିଛି । ଏଥର ସାଇବର ଫ୍ରଡ୍ ନୁହେଁ ସିଧା ଏଟିଏମ ମେସିନ ଲୁଟକୁ ନେଇ ଜାମତାରା ଚର୍ଚ୍ଚାକୁ ଆସିଛି  ମିଳିଥିବା ସୂଚନା ମୁତାବକ, ଜାମତାରାର କର୍ମାଟାଣ୍ଡ ଅଞ୍ଚଳରେ କିଛି ଦୁବୃର୍ତ୍ତ ଏଟିଏମ ମେସିନ ଭାଙ୍ଗିବା ସହ ଏହାକୁ ବୋଲେରୋରେ ପୂରାଇ ନେଇ ଯାଇଥିଲେ । ଏସବିଆଇର ଏହି ଏଟିଏମକୁ ଖୋଳି ନେଇଥିଲେ । କିନ୍ତୁ ପରେ ପୋଲିସ ଏହି ଏଟିଏମକୁ ନାରାୟଣପୁର ଥାନା ଅଞ୍ଚଳରୁ ଜବତ କରିଛି । ଏଟିଏମ ସହ ବୋଲେରୋ ଗାଡିକୁ ମଧ୍ୟ ଜବତ କରିଛି ପୋଲିସ ।

gpkandhamal

ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଏଟିଏମ ଚୋରି ଖବର ମିଳିବା ମାତ୍ରେ ପୋଲିସ ସତର୍କ ହୋଇ ଉଠିଥିଲା । ପୋଲିସ ଟିମ୍ ତୁରନ୍ତ ଅପରାଧୀଙ୍କ ଗାଡିକୁ ଧରିବାକୁ ଗୋଡାଇଥିଲା । ତେବେ ପୋଲିସ ଗାଡିରେ ଥିବା ଦୁବୃର୍ତ୍ତଙ୍କୁ ଧରିବା ପୂର୍ବରୁ ଏହି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଅପରାଧୀ ଉଭୟ ଏଟିଏମ ଓ ଗାଡି ଦୁର୍ଘଟଣାସ୍ଥଳରେ ଛାଡି ଫେରାର ହୋଇ ଯାଇଥିଲେ । ଏବେ ପର୍ଯ୍ୟନ୍ତ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନଥିବା ବେଳେ ପୋଲିସ ଯାଞ୍ଚ ଜାରି ରଖିଛି । ଏପରିକି ପୋଲିସ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି ।

Umasankar Adv
Leave A Reply

Your email address will not be published.