ନିଲମ୍ବିତ ସେବାୟତଙ୍କ ସେବା ପାଇଁ ଶ୍ରୀମନ୍ଦିରରେ ନୀତି ବିଳମ୍ବ

 ଶ୍ରୀମନ୍ଦିର : ନିଲମ୍ବିତ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଛି ବିବାଦ । ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଞ୍ଚିତ କରାଯାଇଥିଲା ।

gpkandhamal

ଯାହା ପାଇଁ ନିଯୋଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ଆଜି ସକାଳୁ ସକାଳୁ ନିଲମ୍ବିତ ସିଂହାରୀ ସେବାୟତ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ । ଯାହାକୁ ବିରୋଧ କରିଥିଲେ ଅନ୍ୟ ସେବାୟତ । ଯାହାକୁ ନେଇ ଏବେ ମହାପ୍ରଭୁଙ୍କ ନୀତିରେ ଦେଖାଦେଇଛି ବିଳମ୍ବ । ଅନ୍ୟ ସେବାୟତ ସେବା ପୂଜା କରିବାକୁ ବାରଣ କରିଛନ୍ତି । ଏନେଇ ନୀତି ପ୍ରଶାସକ ସେବାୟତଙ୍କ ସହ କରିଛନ୍ତି ଆଲୋଚନା । ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଛି । ଏହା ପରଠାରୁ ନୀତି କାନ୍ତିରେ ଦେଖାଦେଇଛି ବିଭ୍ରାଟ ।

Umasankar Adv
Leave A Reply

Your email address will not be published.