୨ଟି ସ୍ଥାନରୁ ଗଞ୍ଜେଇ ଜବତ, ୩ ଗିରଫ

ସମ୍ବଲପୁର: ଦେଶର ବିଭିନ୍ନ ସ୍ଥାନକୁ ସମ୍ବଲପୁର ଦେଇ ଗମନାଗମନର ସୁବିଧା ରହିଥିବାରୁ ବେଆଇନ ଭାବରେ ଅବୈଧ୍ୟ ଗଞ୍ଜେଇ ଚାଲାଣ ଚାଲୁଛି। ଏଣୁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚେକିଂ କରାଯାଉଥିବା କ୍ରମରେ ଗୁରୁବାର ଦୁଇଟି ସ୍ଥାନରୁ ବିପୁଳ ଗଞ୍ଜେଇ ଜବତ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ପରଧିଆପାଲି ନିକଟରେ ବିଜୁ ଏକ୍ସପ୍ରେସ ୱେ ଦେଇ ଯାଉଥିବାର ଏକ ସନ୍ଦିଗ୍ଧ ଦାମିକୀଆ କାରକୁ ଅଟକାଇ ଯାଞ୍ଚ କରିବାରୁ ଗାଡିରୁ ୨୧ କିଗ୍ରା ଗଞ୍ଜେଇ ମିଳିବାରୁ ଉତ୍ତର ପ୍ରଦେଶ ରାଜ୍ୟର ଜୋନପୁର ନିବାସୀ ସୁନୀଲ କୁମାର ସିଂହ (୩୫) ଙ୍କୁ ପୁଲିସ ଗିରଫ କରିଛି। ଉକ୍ତ କାର ଜରିଆରେ ଅଭିଯୁକ୍ତ ଗଞ୍ଜେଇ ଗୁଡିକୁ ଅବୈଧ୍ୟ ଭାବରେ ଉତ୍ତର ପ୍ରଦେଶକୁ ଚାଲାଣ କରୁଥିଲେ।

gpkandhamal

ସେହିଭଳି ଦ୍ୱିତୀୟ ଚଢ଼ଉ ସମୟରେ ବିଜୁ ଏକ୍ସପ୍ରେସ ୱେର ଶାସନ ଟୋଲ ଗେଟ ନିକଟରେ ଚେକିଂ ସମୟରେ ଏକ କାର ରୁ ୨୯ କିଗ୍ରା ଗଞ୍ଜେଇ ଜବତ କରାଯାଇଛି। କାର ଯୋଗେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ଉତ୍ତର ପ୍ରଦେଶ ରାଜ୍ୟର ବାରଣାସୀ ଜିଲା ନିବାସୀ ବିମଲେଶ ଜୟସ୍ୱାଲ (୩୨) ଓ ଚନ୍ଦୋଲି ଜିଲା ନିବାସୀ ଇକବାଲ ଅହମଦ (୩୦) ଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ୨ଟି ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତକାଲି ଅବକାରୀ ବିଭାଗ ପକ୍ଷରୁ ୧ କ୍ୱିଣ୍ଟାଲ ୨୫ କିଗ୍ରା ଗଞ୍ଜେଇ ଜବତ କରାଯାଇଥିବା ବେଳେ ଆଜି ୫୦ କିଗ୍ରା ଗଞ୍ଜେଇ ସମେତ ସମୁଦାୟ ୨ ଦିନରେ ୧ କ୍ୱିଣ୍ଟାଲ ୭୫ କିଗ୍ରା ଗଞ୍ଜେଇ ଜବତ କରାଯାଇଛି।

Umasankar Adv
Leave A Reply

Your email address will not be published.