ଭାତୃହନ୍ତାକୁ ଆଜୀବନ ଜେଲ

କେନ୍ଦୁଝରଗଡ଼଼: ସାମାନ୍ୟ ଘରୋଇ ଝଗଡ଼ାକୁ କେନ୍ଦ୍ର କରି ବଡଭାଇକୁ ଠେଙ୍ଗାରେ ପିଟି ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସାନଭାଇକୁ ଅତିରିକ୍ତ ଜିଲା ଜଜ୍‌‌ କେନ୍ଦୁଝର ଶୁକ୍ରବାର ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି। ପାଟଣା ହରିଡାଗୋଠ ଗ୍ରାମର ପର୍ଦ୍ଦାଙ୍ଗ ମୁଣ୍ଡାଙ୍କ ସାନ ପୁଅ ଜଳ ମୁଣ୍ଡା ବଡଭାଇ ପାଟ ମୁଣ୍ଡା ସହ ୧୪ ଜାନୁୟାରୀ ୨୦୧୫ ଅପରାହ୍ନ ପ୍ରାୟ ୪ଟାରେ ଘରୋଇ କଥାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଏଥିଲେ ଜଳ ଉତ୍‌‌କ୍ଷିପ୍ତ ହୋଇ ବଡଭାଇ ପାଟକୁ ଏକ ଠେଙ୍ଗା ସାହାର୍ଯ୍ୟରେ ମୁଣ୍ଡକୁ ଆକ୍ରମଣ କରି ରକ୍ତାକ୍ତ କରିଥିଲା। ଗୁରୁତର ଅବସ୍ଥାରେ ପାଟକୁ ପ୍ରଥମେ ନିକଟସ୍ଥ ମୟୁରଭଞ୍ଜ ଜିଲା କରଞ୍ଜିଆ ୁପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବା ବାଟରେ ପାଟଙ୍କର ମୃତ୍ୟୁ ଘଟିଥିଲା। ପାଟଣା ପୁଲିସ ପକ୍ଷରୁ ତହିଁ ପରଦିନ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଜଳକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ମୋଟ ୧୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲା ଜଜ୍‌‌ କେନ୍ଦୁଝର ମମିତା ଦାସ ଅଭିଯୁକ୍ତ ଜଳ ମୁଣ୍ଡାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ପ୍ରଫୁଲ୍ଲ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

Umasankar Adv
Leave A Reply

Your email address will not be published.