ଚଳିତ ବର୍ଷ ଭାରତ ଛାଡିବେ ୬୫୦୦ ଧନୀ! ଚୀନର ଅବସ୍ଥା ଆହୁରି ଖରାପ । କେଉଁ ଦେଶ ସେମାନଙ୍କ ପ୍ରଥମ ପ୍ରସନ୍ଦ?

 ଚୀନ୍: ଭଲ ଚାକିରି ବା ଅଧିକ ରୋଜଗାର ଉଦ୍ଦେଶ୍ୟରେ ପ୍ରତିବର୍ଷ ହଜାର ହଜାର ଲୋକ ବିଦେଶ ଯାଉଛନ୍ତି । କିନ୍ତୁ ଏସବୁ ଭିତରେ ଏପରି ଅନେକ ଧନୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରତିବର୍ଷ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଯାଇ ସେଠାରେ ସବୁଦିନ ପାଇଁ ରହିଯିବାକୁ ଉଚିତ ମନେ କରୁଛନ୍ତି ।ଏକ ସର୍ଭେରୁ ଜଣାପଡିଛି ଯେ, ଚଳିତ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ଧନୀ ଭାରତ ଛାଡିବେ । ତେବେ ସବୁଠାରୁ ଅଧିକ ଚୀନର ଧନୀକ ବ୍ୟକ୍ତି ବିଦେଶ ଯିବେ । ଭାରତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଏତେ ସଂଖ୍ୟାରେ ଧନୀ ବ୍ୟକ୍ତି ନିଜ ଦେଶକୁ କାହିଁକି ଛାଡି ବିଦେଶକୁ ପଳାଉଛନ୍ତି, ତାହା ଚିନ୍ତାର ବିଷୟ । ହେନେଲ ପ୍ରାଇଭେଟ୍ ୱେଲଥ୍ର ୨୦୨୩ ରିପୋର୍ଟ ମୁତାବକ, ଚଳିତ ବର୍ଷ ପାଖାପାଖି ୬୫୦୦ ହାଇନେଟଓର୍ଥ ଧନୀ ଦେଶ ଛାଡି ଯାଇପାରନ୍ତି । ଅବଶ୍ୟ ଏହି ସଂଖ୍ୟା ଗତ ବର୍ଷ ତୁଳନାରେ କମ୍ ରହିଛି । କାରଣ ଗତ ବର୍ଷ ପାଖାପାଖି ୭ ହଜାର ଏନଏଚଆଇ ଭାରତ ଛାଡି ବିଦେଶ ଯାଇଥିଲେ ।

ଗତ ବର୍ଷ ୧୦,୮୦୦ ଧନୀ ଚୀନ୍ ଛାଡି ବିଦେଶ ପଳାଇଥିଲେ । ଏହି ତାଲିକାର ତୃତୀୟ ସ୍ଥାନରେ ଥିଲା ବ୍ରିଟେନ୍ । ଯେଉଁଠାରୁ ଚଳିତ ବର୍ଷ ପାଖାପାଖି ୩୨୦୦ କୋଟିପତି ବ୍ରିଟେନ୍ ଛାଡି ଯିବାର ଅନୁମାନ କରାଯାଉଛି । ସେହିପରି ୩ ହଜାର ହାଇନେଟଓର୍ଥ ଋଷ ଧନୀକ ଅନ୍ୟ ଦେଶକୁ ଯିବାର ରିପୋର୍ଟରେ ଉଲ୍ଲେଖ ରହିଛି ।

Umasankar Adv
Leave A Reply

Your email address will not be published.