ଗୋଟିଏ ଦିନରେ ୬ଜଣଙ୍କ ଜଳସମାଧି

ଭୁବନେଶ୍ବର/କାମାକ୍ଷାନଗର/ତେଲକୋଇ/କଲ୍ୟାଣସିଂହପୁର: ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଡ଼ିଯାଇ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେଥି ମଧ୍ୟରୁ ଭୁବନେଶ୍ବରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, କେନ୍ଦୁଝର ଜିଲ୍ଲା ତେଲକୋଇ ଓ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

gpkandhamal

ରାଜଧାନୀରେ ୩ ଛାତ୍ରଙ୍କ ଅକାଳ ମୃତ୍ୟୁ ଚାଞ୍ଚଲ୍ୟ ଖେଳାଇଦେଇଛି। ଏୟାର୍‌ପୋର୍ଟ ଥାନା ଡିଏଭି, ପୋଖରୀପୁଟ ନିକଟସ୍ଥ ‌ଝାର ପୋଖରୀରେ ବୁଡ଼ି ୨ଛାତ୍ର ରାକେଶ ମହାରଣା(୧୬) ଓ ଶୁଭମ୍‌ ଜେନା(୧୪)ଙ୍କ ମୃତ୍ୟୁ ହୋଇଥିବା ବେଳେ ମଞ୍ଚେଶ୍ବର ଥାନା କୁଆଖାଇ ନଦୀ‌ରେ ବୁଡ଼ି ନିବାସ ଭୂୟାଁ(୧୭)ଙ୍କ ପ୍ରାଣହାନୀ ଘଟିଛି। ଗୋଟିଏ ଦିନରେ ତିନି ତିନି ଜଣ ଛାତ୍ର ପାଣିରେ ବୁଡ଼ି ମୃତ୍ୟୁବରଣ କରିବା ଘଟଣା ରାଜଧାନୀରେ ଶୋକର ଛାୟା ଖେଳାଇଦେଇଛି। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧ଟା ବେଳେ ‌ରାକେଶ ଓ ଶୁଭ‌ମ ଟିଉସନ୍‌ରୁ ଫେରି ପୋଖରୀପୁଟ ଡିଏଭି ପଛପଟେ ଥିବ‌ା ଝାର ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ‌ଉଭୟ ବୁଡ଼ିଯାଇଥିଲେ। ଖବର ପା‌ଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁଇ ଛାତ୍ରଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲା। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି କୁଆଖାଇ ନଦୀରେ ବୁଡ଼ି ମଞ୍ଚେଶ୍ବର ଥାନା ବରିମୁଣ୍ଡ ଅଞ୍ଚଳର ଧୃବ ଭୂୟାଁଙ୍କ ପୁଅ ନିବାସ ଭୂୟ‌ାଁଙ୍କ ମୃତ୍ୟୁ ହୋଇଛି।

Umasankar Adv
Leave A Reply

Your email address will not be published.