ରାଉରକେଲା ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା: ବିତର୍କରେ ପ୍ରୟାସ ଓ ସାରେଗାମାରେ ଶ୍ରଦ୍ଧାଶ୍ରୀ ପ୍ରଥମ

ରାଉରକେଲା: ସମ୍ବାଦ ଗ୍ରୁପ୍‌ ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟସ୍ତରୀୟ ବାର୍ଷିକ ବିତର୍କ ଓ ସାରେଗାମାର ରାଉରକେଲା ଜୋନ୍‌ସ୍ତରୀୟ ପ୍ରତିଯୋଗିତା ରବିବାର ସେକ୍ଟର-୧୪ସ୍ଥ ଦିଲ୍ଲୀ ପବ୍ଲିକ ସ୍କୁଲ ପ୍ରେକ୍ଷାଳୟରେ ରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ-କନକ ନ୍ୟୁଜ୍‌ ବିତର୍କରେ ‘ଇଣ୍ଡିଆ ଶବ୍ଦକୁ ବାଦ୍ ଦେଇ ଆମ ଦେଶର ନାମ କେବଳ ଭାରତ ରହିବା ଉଚିତ’ ବିଷୟରେ ସରଗରମ ବିତର୍କ ହୋଇଥିଲା। ଏଥିରେ ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ଛାତ୍ର ପ୍ରୟାସ ପ୍ରୀତିରଞ୍ଜନ ବାରିକ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ପ୍ରଥମ ହୋଇଥିଲେ। ସେକ୍ଟର-୪ସ୍ଥ ରାଉରକେଲା ମହାବିଦ୍ୟାଳୟର ଛାତ୍ରୀ ରୀତୁ କୁମାରୀ ଦ୍ବିତୀୟ ଏବଂ ଏନ୍ଆଇଟି ରାଉରକେଲାର ଛାତ୍ର ବିଘ୍ନେସ ଦାସ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।

gpkandhamal

ଲଘୁକଣ୍ଠ ସଙ୍ଗୀତ ପ୍ରତିଯୋଗିତା ସମ୍ବାଦ-ରେଡିଓ ଚକଲେଟ୍‌ ‘ସାରେଗାମା’ରେ ଛେଣ୍ଡ କଲୋନିସ୍ଥ ଚିନ୍ମୟ ବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧାଶ୍ରୀ ପାତ୍ର ଉଭୟ ଶ୍ରୋତା ଓ ବିଚାରକଙ୍କ ମନଜିଣି ପ୍ରଥମ ସ୍ଥାନ ପାଇଥିଲେ। ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସ୍ନିଗ୍‌ଧା ସ୍ବାଇଁ ଦ୍ବିତୀୟ ଏବଂ ସେଣ୍ଟ୍‌ ପଲ୍‌ସ ସ୍କୁଲର ବାଘରାୟ ହାଁସଦା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ବିତର୍କ ଓ ସାରେଗାମାରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଭାବେ ନଗଦ ଅର୍ଥ ସହ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା। ସେମାନେ ମଧ୍ୟ ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

Umasankar Adv
Leave A Reply

Your email address will not be published.