ମିସନ୍ ଶକ୍ତି ସ୍କୁଟର ଯୋଜନା: ଚିତ୍ରକୋଣ୍ଡାରେ ଜଣେ ବି ମହିଳାଙ୍କୁ ମିଳିନି ଋଣ

ମାଲକାନଗିରି: ମିସନ୍ ଶକ୍ତି ଜରିଆରେ ରାଜ୍ୟ ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରୁଛନ୍ତି। ସ୍ବଂୟ ସହାୟକା ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏଥି ମଧ୍ୟରେ ମିସନ୍ ଶକ୍ତିର ମହିଳାମାନଙ୍କୁ ବିନା ସୁଧରେ ସ୍କୁଟର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରଣୟଣ କରିଛନ୍ତି ‌ବୋଲି କହୁଛନ୍ତି। ସ୍କୁଟର ନେବା ପାଇଁ ମହିଳାମାନେ ଆବେଦନ କରିଛନ୍ତି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ଋଣ ପାଇପାରୁ ନାହାନ୍ତି। ମାଲକାନଗିରି ଜିଲ୍ଲାରେ ମିସନ୍ ଶକ୍ତି ସ୍କୁଟର ଯୋଜାନାର ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଜିଲ୍ଲାର ଚିତ୍ରକୋଣ୍ଡାର ବ୍ଲକର ଜଣେ ମଧ୍ୟ ହିତାଧିକାରୀ ଋଣ ପାଇପାରି ନଥିବା ଜଣାପଡିଛି। ରାଜ୍ୟରେ ସ୍ବଂୟ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ସହଯୋଗ କରିବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ମହାସଂଘ କରାଯାଇଛି। ମହାସଂଘର ପ୍ରତିନିଧି ଓ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନେ ମିସନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବୃଦ୍ଧି ତାଲିମ, ଜୀବିକା ପ୍ରୋତ୍ସାହନ ଓ ବଜାର ସଂଯେଗୀଗରଣ ଦିଗରେ ଗୁରୁତ୍ବପୂର୍ଣ୍ଣ ସେବା ଯୋଗଇ ଦେଉଛନ୍ତି। ମହିଳା ସଶକ୍ତୀକରଣ ଦିଗରେ ସେମାନଙ୍କ ନିଜ କାର୍ଯ୍ୟ ତୁଲାଇବାକୁ ଆହୁରି ସୁଗମ କରିବା ପାଇଁ ଚଳିତବର୍ଷ ଜୁଲାଇ ମାସରେ ରାଜ୍ୟ ସରକାର ମିସନ ଶକ୍ତି ସ୍କୁଟର ଯୋଜନା ଘୋଷଣା କରିଥିଲେ। ଏଥିରେ ମିସନ୍ ଶକ୍ତି ସ୍ବଂୟ ସହାୟକ ଗୋଷ୍ଠୀ ମହାସଂଘ ସହିତ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ (ସିଏସ୍ଏସ୍) ଓ କାର୍ଯ୍ୟନିର୍ବାହୀ କମିଟି (ଇସି) ସଦସ୍ୟମାନେ ନିଜ ପସନ୍ଦ ମୁତାବକ ସ୍କୁଟର କିଣିପାରିବେ। ଏଥିପାଇଁ ସରକାରଙ୍କ ପକ୍ଷରୁ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରଦାନ କରାଯିବ। କିନ୍ତୁ ଏହି ଯୋଜନାରେ ମାଲକାନଗିରି ଜିଲ୍ଲାରେ ୮୬୯ ଜଣ ହିତାଧିକାରୀ ଋଣ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ୭ଟି ବ୍ଲକରୁ ୯୩୫ ଜଣ ମହିଳା ଆବେଦନ କରିଛନ୍ତି। ସେଥିମଧ୍ୟରୁ ୧୨୧ ଜଣ ମହିଳାଙ୍କୁ ଋଣ ପ୍ରଦାନ ପାଇଁ ଅନୁମୋଦନ କରାଯାଇଥିବା ବେଳେ ଜିଲ୍ଲାରେ ମୋଟ ୬୬ ଜଣ ହିତାଧିକାରୀ ଋଣ ପାଇଛନ୍ତି। ସେଥିମଧ୍ୟରେ ସବୁଠାରୁ ଉଦବେଗ ଦେଖିବାକୁ ମିଳିଛି ରାଜ୍ୟ ସରକାରଙ୍କ ଅଧିକ ଫୋକସରେ ରହୁଥିବା ଚିତ୍ରକୋଣ୍ଡା ବ୍ଲକରେ। ଏହି ବ୍ଲକରେ ୧୧୪ ଜଣ ହିତାଧିକାରୀ ଆବେଦନ କରିଥିବା ବେଳେ ଜଣେ ମଧ୍ୟ ମହିଳା ଋଣ ପାଇପାରି ନାହାନ୍ତି। ସ୍ବାଭିମାନ ଅଞ୍ଚଳରେ ମହିଳାଙ୍କ ବିକାଶ କିଭଳି ହେବ ଏଥିରୁ ସ୍ପଷ୍ଟ ଜଣାପଡୁଛି।

gpkandhamal

ସେହିପରି ମାଲକାନଗିରି ବ୍ଲକରେ ୨୨୬ ଜଣ, କାଲିମେଳାରେ ୧୩୯ ଜଣ, ପଡିଆରେ ୧୨୮ ଜଣ, ମାଥିଲିରେ ୪୬ ଜଣ, ଖଇରପୁଟରେ ୭୭ ଜଣ ଓ କୋରୁକୋଣ୍ଡା ବ୍ଲକରେ ୧୬୫ ଜଣ ଆବେଦନ କରିଛନ୍ତି। ସେଥିମଧ୍ୟରୁ ମାଲକାନଗିରି ବ୍ଲକରେ ୨୧ ଜଣ, କାଲିମେଳାରେ ୨୦ ଜଣ, ପଡିଆରେ ୨ ଜଣ, ମାଥିଲିରେ ୧୩ ଜଣ, ଖଇରପୁଟରେ ୮ ଜଣ ଓ କୋରୁକୋଣ୍ଡା ବ୍ଲକରେ ୨ ଜଣ ଋଣ ପାଇପାରିଛନ୍ତି। ଜିଲ୍ଲାରେ ବିଭିନ୍ନ ବ୍ଲକର ୮୬୯ ଜଣ ହିତାଧିକାରୀ ଏହି ଋଣ ପାଇପାରି ନାହାନ୍ତି। ଋଣ ପାଇଁ ବ୍ୟାଙ୍କକୁ ଯାଉଛନ୍ତି ସେଠାରୁ ନିରାଶ ହୋଇ ଫେରିବାକୁ ପଡୁଛି।

Umasankar Adv
Leave A Reply

Your email address will not be published.