ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଭାରତ

 ଇନ୍ଦୋର: ଇନ୍ଦୋର ଦିନିକିଆରେ ଭାରତର ଦମଦାର ବିଜୟ। ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଭାରତ। ଭାରତ ୫୦ ଓଭରରେ କରିଥିଲା ୩୯୯/୫। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଡିଏଲଏସ ମେଥଡ ଲାଗୁ ହୋଇଥିଲା। ଅଷ୍ଟ୍ରେଲିଆ ଆଗରେ ଟାର୍ଗେଟ ଥିଲା ୩୩ ଓଭରରେ ୩୧୭ ରନ। ଅଷ୍ଟ୍ରେଲିଆ ୨୮.୨ ଓଭରରେ ୨୧୭ ରନ କରି ଅଲଆଉଟ ହୋଇଛି। ଅଶ୍ବିନୀ ଓ ଜାଡେଜାଙ୍କର ୩ଟି ଲେଖାଏଁ ୱିକେଟ ଦଖଲ କରିଛନ୍ତି। ପ୍ରସିଦ୍ଧ କୃଷ୍ଣାଙ୍କୁ ୨ ଓ ସାମିଙ୍କୁ ମିଳିଲା ଗୋଟିଏ ୱିକେଟ ମିଳିଛି। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍‌ ହରାଇ ୩୯୯ ରନ୍‌ ସଂଗ୍ରହ କରିଥିଲା। କିନ୍ତୁ ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ବେଳେ ବର୍ଷା ଦାଉ ସାଜିଥିଲା। ଫଳରେ ଡିଏଲଏସ୍‌ ମାଧ୍ୟମରେ ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ ଅଷ୍ଟ୍ରେଲିଆ ଦଳ ୨୮.୨ ଓଭରରେ ସମସ୍ତ ୱିକେଟ ହରାଇ ୨୧୭ ରନ୍‌ ସଂଗ୍ରହ କରିପାରିଥିଲା।

Leave A Reply

Your email address will not be published.