ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ 

ଅଷ୍ଟ୍ରେଲିଆ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ । ପୂର୍ବରୁ ଦୁଇଟି ମ୍ୟାଚ୍ ଜିତି ସାରିଥିବାରୁ ସିରିଜ୍ ମୂଳପୋଛ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ । ଘରୋଇ କିମ୍ବା ବିଦେଶ ମାଟିରେ ଅଷ୍ଟ୍ରେଲିଆକୁ କେବେ ବି ସିରିଜ୍ ମୂଳପୋଛ କରିନି ଭାରତ । ଆଜିର ମ୍ୟାଚ୍ ଜିତି ଏହି ସଫଳତା ହାସଲ କରିବାକୁ ଚାହିଁବ ଦଳ । ଆଜି ଭାରତର ଚୂଡାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ହୋଇପାରେ । ବିଶ୍ରାମ ନେଇଥିବା ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲୀ ଓ ବୁମରାହ ଆଜିର ମ୍ୟାଚ୍ ଖେଳିବ । ସରିଜ୍ ବିଜୟ ପରେ ଶୁଭମନ ଗିଲ, ମହମ୍ମଦ ସାମି ଓ ସାର୍ଦ୍ଦୁଲ ଠାକୁରଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଜିର ମ୍ୟାଚ୍ ଖେଳିବେ ନାହିଁ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟ୍ରାର୍କ, ଗ୍ଲେନ୍ ମାକ୍ସୱେଲ ଖେଳିବା ଏକପ୍ରକାର ନିଶ୍ଚିତ । ବିଶ୍ୱକପ୍ ପୂର୍ବରୁ ଶେଷ ପ୍ରସ୍ତୁତି କରିବେ ଉଭୟ ଦଳ । କାରଣ ଆଜିର ମ୍ୟାଚର ଠିକ୍ ୧୩ ଦିନ ପରେ ଦୁଇ ଦେଶ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବେ ।  ସୂଚନାଯୋଗ୍ୟ, ବିଶ୍ବକପ୍‌ରେ ‌ଅକ୍ଟୋବର ୮ରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା ହେବ । ଭାରତ ଏହାର ପ୍ରମୁଖ ୪ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବଙ୍କ ବିନା ଚଳିତ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ବିଜୟୀ ହୋଇଛି । ବୁଧବାର ମ୍ୟାଚ୍‌କୁ କିନ୍ତୁ ହାର୍ଦିକଙ୍କ ବିନା ଏମାନେ ‌ଫେରିଛନ୍ତି । ହାର୍ଦ୍ଦିକଙ୍କ ସହ ଶୁବମନ ଗିଲ୍‌, ଶାର୍ଦୁଳ ଠାକୁର, ଅକ୍ଷର ପଟେଲ୍‌, ମହମ୍ମଦ ସାମି ମଧ୍ୟ ବୁଧବାର ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି ।

gpkandhamal

ଗିଲଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ସହ ଈଶାନ କିଶନ ପାଳି ଆରମ୍ଭ କରିବା ସମ୍ଭାବନା ରହିଛି। ସାମି ଓ ପ୍ରସିଦ୍ଧଙ୍କ ବଦଳରେ ବୁମରା ଓ ସିରାଜ ଚୂଡାନ୍ତ ଏକାଦଶକୁ ଫେରି ଆସିବେ। ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଆର୍‌ ଅଶ୍ବିନଙ୍କ ଉପରେ ପୁଣି ନଜର ରହିବ । ଅକ୍ଷର ପଟେଲ୍‌ ଉପଲବ୍‌ଧ ନ ହେଲେ ଆର୍‌ ଅଶ୍ବିନ୍‌ ବଦଳ ଖେଳାଳି ଭାବେ ବିଶ୍ବକପ୍‌ ଦଳରେ ଯୋଡ଼ି ହେବା ଯୋଜନା ରହିଛି ।

Umasankar Adv
Leave A Reply

Your email address will not be published.