ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଯାଇ ବର, କନ୍ୟାଙ୍କ ସମେତ ଶତାଧିକ ମୃତ

ଇରାକ: ସେଲିବ୍ରେସନ୍ ସମୟରେ ମାଡି ଆସିଲା ମୃତ୍ୟୁ । ବିବାହ ମଣ୍ଡପରେ ନିଆଁ ଲାଗି ଜଳି ଯାଇଛନ୍ତି ଶହେରୁ ଅଧିକ ଲୋକ । ବର, କନ୍ୟାଙ୍କ ଜୀବନ ବି ଚାଲିଯାଇଛି । ଇରାକର ହାମଦାନିଆ ଜିଲ୍ଲାରେ ଥିବା ନିନଭେଦ ପ୍ରୋଭିନ୍ସ ସହରରେ ଘଟିଛି ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦେଢ ଶହରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାମ । ବିବାହ ମଣ୍ଡପରେ ଫସି ରହିଥିବା ଲୋକଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି । ତୁରନ୍ତ ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇରାକ ପ୍ରଧାନମନ୍ତ୍ରୀ । ଶ୍ମଶାନ ଭଳି ଲାଗୁଛି ବିବାହ ମଣ୍ଡପ । ଉଦ୍ଧାରକାରୀ ଟିମ୍ ପକ୍ଷରୁ ବିବାହ ମଣ୍ଡପରୁ ମୃତଦେହ ବାହାର କରାଯାଉଛି । ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଛଛି । ଅଗ୍ନିକାଣ୍ଡରେ ବର ଓ କନ୍ୟାଙ୍କ ମଧ୍ୟ ଜୀବନ ଯାଇଛି । ନିଆଁ ସେତେବେଳେ ଲାଗିଥିଲା, ଯେତେବେଳେ ସେଲିବ୍ରେସନ୍ ମୁଡ୍ରେ ଥିଲେ ବର କନ୍ୟା । ବିବାହ ମଣ୍ଡପ ଉପରୁ ପଡ଼ିଥିଲା ନିଆଁ ଖଣ୍ଡ । ନିମିଷକରେ ଚାଲିଯାଇଥିଲା ଅନେକ ଜୀବନ । ବାଣ ଫୁଟିବା ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବିବାହ ଉତ୍ସବ ଥିବାରୁ ଅନେକ ଲୋକ ବିବାହ ମଣ୍ଡପରେ ଏକାଠି ହୋଇଥିଲେ । ଆଉ ବାଣ ନିଆଁ ପଡ଼ି ବିବାହ ମଣ୍ଡପ ସଂପୂର୍ଣ୍ଣ ପୋଡି ଯାଇଥିଲା ।

gpkandhamal

ଲୋକେ ବାହାରକୁ ବାହାରି ପାରିନଥିଲେ । ପୋଡି ହେବାରୁ ଘଟଣାସ୍ଥଳରେ ହିଁ ଅନେକଙ୍କ ଜୀବନ ଯାଇଥିଲା । ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ତୁରନ୍ତ ନିକଟସ୍ଥ ହସ୍ପିଟାଲର ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

Umasankar Adv
Leave A Reply

Your email address will not be published.