ଟ୍ରକ ଧକ୍କାରେ ୨ ମୃତ

ଆନନ୍ଦପୁର : ୨ ବାଇକ୍‌‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରକ। ଆନନ୍ଦପୁର-ଭଦ୍ରକ ରାସ୍ତାର ଚଣ୍ଡିବିରଞ୍ଚିପୁର ଛକରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ସୋମବାର ଖବର ମିଳିଛି। ରାସ୍ତାରେ ଯିବା ସମୟରେ ବାଇକ୍‌‌ ଆରୋହୀଙ୍କ ଉପରେ ଟ୍ରକ ମାଡିଯିବାରୁ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଫେରାର ହୋଇଯାଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.