ସାଇବର ଅପରାଧକୁ ରୋକିବ ସଚେତନତା ଓ ସତର୍କତା

ଡେସ୍କ: ସଚେତନତା ଓ ସତର୍କତା ଦ୍ଵାରା ହିଁ ସାଇବର ଅପରାଧକୁ ରୋକି ହେବ। ଏହି ବାର୍ତ୍ତାଟି ରାଜ୍ୟର ଘରେ ଘରେ ଏବଂ ପ୍ରତିଟି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ସାଇବର ସୁରକ୍ଷା ରଥ ନିଜର ଅଭିଯାନ ଜାରି ରଖିଛି। ଆଜି ଦ୍ଵିତୀୟ ଦିନରେ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛି। ସାଇବର ସୁରକ୍ଷା ରଥକୁ ପ୍ରତିଟି ସ୍ଥାନରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଭବ୍ୟ ସ୍ଵାଗତ କରାଯିବା ସହ ସେଥିରେ ପ୍ରଦର୍ଶିତ ହେଉଥିବା ସଚେତନତା ବାର୍ତ୍ତାକୁ ଲୋକମାନେ ଆଗ୍ରହର ସହ ଦେଖୁଥିବା ପରିଲକ୍ଷିତ ହେଉଛି। ବିଶେଷକରି ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ସାଇବର ଏଥିରେ ଯୋଡି ହୋଇ ସଚେତନତା ବାର୍ତ୍ତା ଗାଁ ଗହଳି ପର୍ୟ୍ୟନ୍ତ ପହଞ୍ଚାଉଛନ୍ତି। ଏହା ବ୍ୟତୀତ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗୀତା ମଧ୍ୟ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେଉଛି। ଏଥିରେ ଅଂଶଗ୍ରହଣ କରି ପୁରସ୍କାର ଜିତିବା ସହ ସାଇବର ସଚେତନ ହେବା ପାଇଁ ଓଡିଶା ପୋଲିସ ତରଫରୁ ଅଭିନବ ପ୍ରୟାସ କରାଯାଇଛି। ଏହି କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି।

Leave A Reply

Your email address will not be published.