ଏସୀୟ କ୍ରୀଡା – ଦଶମ ଦିନରେ ଭାରତକୁ ୯ ପଦକ

ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା-୨୦୨୨ର ଦଶମ ଦିବସରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ମଙ୍ଗଳବାର ଭାରତ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ୯ଟି ପଦକ ପାଇଛି। ଦୌଡ଼କୁଦରେ ଭାରତ ସର୍ବାଧିକ ସଫଳତା ହାସଲ କରିଛି। ଏହାଛଡ଼ା କାନୋଇଂ ଓ ମୁଷ୍ଟିଯୁଦ୍ଧରେ ମଧ୍ୟ ଭାରତକୁ ପଦକ ମିଳିଛି।

gpkandhamal

ପୁରୁଷ ୮୦୦ ମିଟର ଦୌଡରେ ଅଫ୍‌ସାଲଙ୍କୁ ରୌପ୍ୟ
ପୁରୁଷ ୮୦୦ ମିଟର ଦୌଡ଼ରେ ଭାରତକୁ ମହମ୍ମଦ ଅଫସାଲଙ୍କୁ ରୌପ୍ୟ ପଦକ ମିଳିଛି। ଏଥିରେ ଅନ୍ୟତମ ଭାରତୀୟ ଆଥ୍‌ଲେଟ୍‌ କୁମାର କ୍ରିଷ୍ଣନ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ।

Umasankar Adv

ମହିଳା ମୁଷ୍ଟିଯୁଦ୍ଧରେ ପ୍ରୀତିଙ୍କୁ କାଂସ୍ୟ
ଦଶମ ଦିନରେ ମହିଳା ମୁଷ୍ଟିଯୁଦ୍ଧରେ ଭାରତକୁ କାଂସ୍ୟ ପଦକ ମିଳିଛି। ପ୍ରୀତି ପାନୱାର ୫୪ କିଗ୍ରା ବର୍ଗରେ ସେମିଫାଇନାଲରେ ପରାଜିତ ହୋଇ କାଂସ୍ୟ ପଦକ ଜିତିଛନ୍ତି। ପ୍ରୀତି ସେମିଫାଇନାଲ ମ୍ୟାଚରେ ଚୀନ ପ୍ରତିଯୋଗୀ ଚାଙ୍ଗ ୟୁଆନଙ୍କଠାରୁ ୦୫ ନିଷ୍ପତ୍ତିରେ ପରାଜିତ ହୋଇଛନ୍ତି। ଏଥି ସହିତ ପ୍ରୀତି ପ୍ୟାରିସ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବାର ସୁଯୋଗକୁ ହାତଛଡ଼ା କରିଛନ୍ତି। ପ୍ରୀତିଙ୍କ ନିକଟରେ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ ସହ ଅଲିମ୍ପିକ୍‌ସ ଯୋଗ୍ୟତା ନେଇ ସୁଯୋଗ ରହିଥିଲା। କିନ୍ତୁ ସେ ଚୀନ୍ ପ୍ରତିଯୋଗୀଙ୍କଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲେ। ଏସୀୟ କ୍ରୀଡ଼ାର ନିୟମାନୁଯାୟୀ, ସେମିଫାଇନାଲରେ ପ୍ରବେଶ କରିଥିବାରୁ ପ୍ରୀତିଙ୍କୁ କାଂସ୍ୟ ପଦକ ମିଳିଛି।

Leave A Reply

Your email address will not be published.