ବଢିଲା ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ, ଅଭିଯୋଗ କଲେ ସୋମାଲିକା

ତିର୍ତ୍ତୋଲ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ ବଢିବା​ରେ ଳାଗିଛି ।  କଟକ ସବ୍‌ରେଜିଷ୍ଟ୍ରୀ ଅଫିସରେ ତାଙ୍କ ବାନ୍ଧବୀ ସୋମାଲିକା ଅଭିଯୋଗ କରିଛନ୍ତି । ପୂର୍ବରୁ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ସବ୍‌ରେଜିଷ୍ଟ୍ରାରଙ୍କ ପାଖରେ  ଆବେଦନ କରିଥିଲେ। ତେବେ ବାନ୍ଧବୀ ସୋମାଲିକା, କଟକ ସବ୍‌ରେଜିଷ୍ଟ୍ରୀ ଅଫିସରେ ପହଞ୍ଚି ଅଭିଯୋଗ କରିଛନ୍ତି।

ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ ଅନୁମତି ଦେବାକୁ ବିଜୟଶଙ୍କର କଟକ ସବ୍‌ରେଜିଷ୍ଟ୍ରାରଙ୍କ ପାଖରେ  ଆବେଦନ କରିଥିଲେ। ତେଣୁ ବିଜୟଙ୍କ ବିବାହ ଆବେଦନ ଉପରେ ସେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି । ‘ସେମାନେ କଣ ପଦକ୍ଷେପ ନେଉଛନ୍ତି ଦେଖିବା, ମୋତେ ନ୍ୟାୟ ଦରକାର’ ​‌ବୋଲି ସୋମାଲିକା କହିଛନ୍ତି । ମୋତ ଏ ପର୍ଯ୍ୟନ୍ତ  ନ୍ୟାୟ ମିଳି ନାହିଁ ।  ଲୁଚିଛପି ବିଜୟ ଏଭଳି କରିଛନ୍ତି, ସେ ଏସବୁ କଥା ମିଡିଆରୁ ଜାଣିଲେ ବୋଲି ସୋମାଲିକା କହିଛନ୍ତି।

Umasankar Adv

ବିଜୟ ଦଣ୍ଡିତ ନହେବାଯାଏ ଚୁପ୍‌ ବସିବିନି ବୋଲି ସୋମାଲିକା କହିଛନ୍ତି । ବିଜୟ ଶଙ୍କରଙ୍କ ନାଁରେ ତାଙ୍କ ପାଖରେ ସବୁ ପ୍ରକାର ପ୍ରମାଣ ଅଛି। କେହି ଧମକାଇଲେ କି ଡରାଇଲେ ସେ ଡରିବେ ନାହିଁ ସୋମାଲିକା କଟକରେ ଗଣମାଧ୍ୟମକୁ କହିଛନ୍ତି।

Leave A Reply

Your email address will not be published.