ଜନ୍ମସ୍ଥାନ ଅଭିମୁଖେ ସହିଦ ସରୋଜଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ସିକ୍କିମ ; ସିକ୍କିମରେ ଭୟଙ୍କର ବନ୍ୟାରେ ସହିଦ ଓଡିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ଏବେ ନିଜ ଜନ୍ମସ୍ଥାନ କାମାକ୍ଷାନଗର କେନ୍ଦୁଢିପ ଅଭିମୁଖେ ଯାତ୍ରା କରୁ ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର ଶନିବାର ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ବିମାନ ବନ୍ଦରରେ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ବିଏସଏଫ ପକ୍ଷରୁ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସାଂସଦ ମହେଶ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
ଏଠାରୁ ତାଙ୍କ ପାର୍ଥିବ ଶରୀରକୁ ତାଙ୍କର ପୈତୃକ ଗାଁ ଢେଙ୍କାନାଳ ଜିଲ୍ଲାର କେନ୍ଦୁଢିପିକୁ ନିଆଯାଉଛି। ସେଠାରେ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଆଜି ସନ୍ଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।

Leave A Reply

Your email address will not be published.