ବୌଦ୍ଧରେ ମାଁ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ

ବୌଦ୍ଧ :  ବୌଦ୍ଧ ଜିଲ୍ଲାରେ ରବିବାରଠାରୁ ଆରମ୍ଭ ହୋଇଛି ଜଗତଜନନୀ ମା ଦୁର୍ଗାଙ୍କ ନବରାତ୍ର ପୂଜା। ସେଥିପାଇଁ ସମସ୍ତ ପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ବୌଦ୍ଧ ସହରର ମାଳୀସାହି ସ୍ଥିତ ଦୁର୍ଗାମଣ୍ଡପ ଠାରେ ମଧ୍ୟ ମାଁ ଦୁର୍ଗାଙ୍କର ନବରାତ୍ର ପୂଜା ରବିବାର ଠାରୁ ଆରମ୍ଭ ହୋଇଛି । ସ୍ଥାନୀୟ ରାମନାଥ ଯୁବ ସଂସଦ ଆନୁକୁୁଲ୍ୟରେ ଆରମ୍ଭ ହୋଇଥିବା ଏହି ନବରାତ୍ର ପୂଜାରେ ମାଁ ଦୁର୍ଗାଙ୍କର ଷୋଡଶ ଉପଚାର ପୂଜା ସହ ପ୍ରତ୍ୟହ ଚଣ୍ଡି ପାଠ କରାଯିବ। ପ୍ରତିଦିନ ମା ଦୁର୍ଗାଙ୍କ ଭିନ୍ନ ଭିନ୍ନ ବେଶରେ ପୂଜା ହେବା ସହ ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇଛି । ବୈାଦ୍ଧ ଗଡଜାତ ସମୟରୁ ରାଜବାଟୀ ଠାରେ ମାଁ ଦୁର୍ଗାଙ୍କୁ ମାଳୀ ପୂଜକ ମାନେ ପୂଜା କରୁଥିଲେ । ରାଜୁଡା ଶାସନ ପରେ ରାଜବାଟୀ ଠାରେ ହେଉଥିବା ମାଁ ଙ୍କ ପୂଜା ବନ୍ଦ ହୋଇଯିବା ପରେ ପୁଜକମାନେ ମାଙ୍କ ଚଳନ୍ତି ପ୍ରତିମାକୁ ରାମେଶ୍ୱର ମନ୍ଦିରରେ ସ୍ଥାପନ କରି ଦୀର୍ଘ ବର୍ଷ ହେଲା ନବରାତ୍ର ପୂଜା କରି ଆସୁଛନ୍ତି । ଏବେ ମାଁଙ୍କ ପୂଜା ୯ ଦିନ ଧରି ନବରାତ୍ର ପୂଜା ପାଳିତ ହୋଇଆସୁଅଛି । ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ମାଁଙ୍କର ଚଳନ୍ତି ପ୍ରତିମା ନଗର ପରିକ୍ରମା କରିଥାନ୍ତି। ଏବଂ ଦଶହରା ଦିନ ବୌଦ୍ଧ ସହରର ବିଭିନ୍ନ ସାହିରେ ପୂଜା ପାଇଆସୁଥିବା ଦୁର୍ଗାମଣ୍ଡପ ଗୁଡିକରେ ଭେଟ ହୋଇଥାନ୍ତି ଫଳରେ ମାଁଙ୍କ ଭେଟ ଦେଖିବାକୁ ପ୍ରବଳ ଭକ୍ତଙ୍କ ଗହଳି ହୋଇଥାଏ। ମାଙ୍କ ଆବାହନ ପୂର୍ବରୁ ବିଲ୍ୱ ବରଣ କରାଯାଇ ଅଷ୍ଟକୋଟି ଦେବାଦେବୀଙ୍କୁ ଆବାହନ ପରେ ଘଟ ସ୍ଥାପନ କରାଯାଇଥିଲା । ଘଟ ସ୍ଥାପନ, ନବ ପତ୍ରିକା ପ୍ରବେଶ ଓ ଚକ୍ଷୁଦାନ ପରେ ମାଁଙ୍କ ଆବାହନ କରାଯାଇ ସପ୍ତସତୀ ଚଣ୍ଡୀ ପାଠ ସହିତ ହୋମ କରାଯାଇଥିଲା । ବୌଦ୍ଧରେ ଏହି ମଣ୍ଡପରେ ମାଁ ଙ୍କ ଆବାହନ ହେଲା ପରେ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି ପୀଠରେ ମହାଷ୍ଟମୀ ଦିନ ନିଶାରାତ୍ରରେ ବଳିପ୍ରଥା ମଧ୍ୟ କରାଯାଇଥାଏ। ପୂଜକ ଭାବରେ ପଦ୍ମଚରଣ ମିଶ୍ର , ଆଶୁତୋଷ ପଣ୍ଡା, ଓ କର୍ତ୍ତା ଭାବରେ ସୂର୍ଯ୍ୟନ୍ଦ୍ରେ କୁମାର ଶତପଥି ଓ ପୁରସ୍ତମ ମହାକୁଡ ଦାୟୀତ୍ୱ ତୁଲାଇ ଥିବା ବେଳେ ରାମନାଥ ଯୁବ ସଂସଦ ସଭାପତି ଶ୍ୟାମସୁନ୍ଦର ବାରିକ,ସଂପାଦକ ସୁଦର୍ଶନ ନାୟକ, ସୁଶୀଲ ପ୍ରଧାନ, ଅଶ୍ୱିନ ବାରିକ, ପାର୍ଥ ଦେହୁରୀ, ହେମନ୍ତ ନାୟକ, ରାମଶଙ୍କର ମହାପାତ୍ର, ସୁଧିର ମହାପାତ୍ର, ଦିଲିପ ନାଏକ ପ୍ରମୁଖ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରୁଛନ୍ତି।

Leave A Reply

Your email address will not be published.