୪୦୦ ଟଙ୍କାରେ ରନ୍ଧନ ଗ୍ୟାସ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୫୦୦୦ ଟଙ୍କା

ହାଇଦରାବାଦ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ଘୋଷଣା କରିଛନ୍ତି। ରବିବାର ଶାସକ ଦଳ ଭାରତୀୟ ରାଷ୍ଟ୍ର ସମିତି (ବିଆରଏସ୍‌) ପକ୍ଷରୁ କେସିଆର ଘୋଷଣା କରିଥିବା ଇସ୍ତାହାର ଅନୁଯାୟୀ ଦଳ ରାଜ୍ୟରେ କ୍ଷମତାସୀନ ରହିଲେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମମାନଙ୍କୁ ଦିଆଯାଉଥିବା ମାସିକ ପେନସନ୍‌ ୨୦୧୬ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ସମ୍ପୂର୍ଣ୍ଣ ଭିନ୍ନକ୍ଷମମାନଙ୍କୁ ମାସିକ ୬୦୦୦ ଟଙ୍କା ପେନସନ୍ ପ୍ରଦାନ କରାଯିବ। ସେହିପରି ବିପିଏଲ ପରିବାରକୁ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ସୁବିଧା, ବିପିଏଲ୍‌ ପରିବାରକୁ ୪୦୦ ଟଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ। ଏହା ଦ୍ବାରା ରାଜ୍ୟର ୯୩ଲକ୍ଷ ବିପିଏଲ୍ ପରିବାର ଲାଭବାନ ହେବେ। ଦଳ ସାମ୍ବାଦିକମାନଙ୍କ ନିମନ୍ତେ ୧୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଓ ୪୦୦ ଟଙ୍କାରେ ରନ୍ଧନ ଗ୍ୟାସ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି।

gpkandhamal

ତେଲଙ୍ଗାନା ଅନ୍ନପୂର୍ଣ୍ଣା ଯୋଜନାରେ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସେହିପରି ସରକାରୀ ଚାକିରିଆମାନଙ୍କୁ ଖୁସି କରିବା ଲାଗି ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନଭେମ୍ବର ୩୦ରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ବିଆରଏସ୍ ୧୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ନିର୍ବାଚନ ଲଢିବା ଲାଗି ପ୍ରାର୍ଥୀମାନଙ୍କୁ ଦଳ ପକ୍ଷରୁ ୪୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

Umasankar Adv
Leave A Reply

Your email address will not be published.