ଗାଜା ଅଧିକାର ଗୁରୁତର ତ୍ରୁଟି ହେବ; କିନ୍ତୁ, ଇସ୍ରାଏଲ୍‌କୁ ହମାସ୍‌ ଆକ୍ରମଣର ପ୍ରତିଶୋଧ ନେବାକୁ ପଡ଼ିବ: ଜୋ ବାଇଡେନ୍‌

ୱାସିଂଟନ୍‌: ଗାଜା ଅଧିକାର କରିବା ଇସ୍ରାଏଲ୍‌ ପ‌କ୍ଷରେ ଗୁରୁତର ତ୍ରୁଟି ହେବ, କିନ୍ତୁ ପ୍ରତି-ଆକ୍ରମଣ କରି ତାକୁ ହମାସ୍‌ ଉପରେ ପ୍ରତିଶୋଧ ନେବାକୁ ପଡ଼ିବ ବୋଲି ରବିବାର ଦିନ ପ୍ରସାରିତ ଏକ ସାକ୍ଷାତ୍‌କାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

ଗତ ସପ୍ତାହରେ ହମାସ କରିଥିବା ଅତର୍କିତ ଆକ୍ରମଣକୁ ରାଷ୍ଟ୍ରପତି ବାଇଡେନ୍‌ ପୂର୍ବରୁ ନରସଂହାର ସହିତ ତୁଳନା କରିଥିଲେ।ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପ୍ରସଙ୍ଗରେ ସେ ଏକମତ କି ବୋଲି ଟେଲିଭିଜନ୍‌ କାର୍ଯ୍ୟକ୍ରମ ’୬୦ ମିନିଟ୍’ରେ ପଚରାଯିବାରୁ ବାଇଡେନ୍‌ କହିଲେ, ଯୁଦ୍ଧର ନୀତିନିୟମ ଅନୁଯାୟୀ ଇସ୍ରାଏଲ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବ‌ୋଲି ମୋର ହୃଦ୍‌ବୋଧ ହେଉଛି। ସେହିପରି, ଗାଜାରେ ଥିବା ନିରୀହ ଜନତାଙ୍କୁ ଔଷଧ, ଖାଦ୍ୟ ଓ ପାନୀୟ  ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେବା ଉଚିତ।

Umasankar Adv
Leave A Reply

Your email address will not be published.