ଗାଜା ଯୁଦ୍ଧ ତିକ୍ତତା: ୬ ବର୍ଷୀୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କଲେ ଆମେରିକୀୟ ଘରମାଲିକ

ଚିକାଗୋ: ଜଣେ ୬ ବର୍ଷିୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କରିଥିବା ଜଣେ ଆମେରିକୀୟ ଘର ମାଲିକଙ୍କୁ ରବିବାର ଦିନ ନରହତ୍ୟା ଓ ବର୍ଣ୍ଣବିଦ୍ବେଷ ଅପରାଧରେ ଅଭିଯୁକ୍ତ କରାଯାଇଛି।

ଏହି ଆକ୍ରମଣ ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ସହିତ ସମ୍ପୃକ୍ତ ଥିବା କଥା ପୁଲିସ କହିଛି।

Umasankar Adv

ୱିଲ୍‌ କାଉଣ୍ଟି ସେରିଫ୍‌ ଅଫିସ୍‌ କହିଛି, ଶନିବାର ଦିନ ଇଲିନୟର ଉକ୍ତ ୭୧ ବର୍ଷିୟ ଘର ମାଲିକ ଜୋସେଫ୍ ଚୁବା ଜଣେ ୩୨ ବର୍ଷୀୟ ମହିଳା ଓ ଜଣେ ୬ ବର୍ଷିୟ ବାଳକକୁ ବହୁବାର ଛୁରି ମାରିଥିଲେ।  ୨୬ ଥର ଛୁରି ଭୁସା ଖାଇଥିବା ଉକ୍ତ ବାଳକର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। କିନ୍ତୁ, ତା’ର ମାଆ ବୋଲି ମନେହେଉଥିବା ୩୨ ବର୍ଷୀୟ ଆହତ ମହିଳାଜଣକ ବଞ୍ଚିଯିବେ ବୋଲି ଆଶା।

Leave A Reply

Your email address will not be published.