ଜି ଉଦୟଗିରି ବିଧାନସଭା ର ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ଗ୍ରାମ ପଞ୍ଚାୟତରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜି ଉଦୟଗିରି : ଆଜି ଜି ଉଦୟଗିରି ବିଧାନସଭାର ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ଗ୍ରାମ ପଞ୍ଚାୟତରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଘଠନ ଜିଲ୍ଲା ସଭାପତି ଶ୍ରୀ ପ୍ରତାପ କୁମାର ପ୍ରଧାନଙ୍କ ନେତୃତ୍ବରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଟିକାବାଲି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଗକୁଳ ପ୍ରଧାନ, ଉଦୟଗିରି ବ୍ଲକ ସଭାପତି ଶ୍ରୀ ସଦାନନ୍ଦ ନାୟକ, ପିସିସି ସଭ୍ୟ ଶ୍ରୀ ଯାକେଶ ପ୍ରଧାନ, ଜିଲ୍ଲା ଅନୁସୂଚିତ ଜାତି ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ ଦିଗାଳ , କଇଁଝର ସରପଞ୍ଚ ଶ୍ରୀ ପ୍ରକାଶ କଂହର, ଟିକାବାଲି ବ୍ଲକ ସଂଯୋଜକ ଶ୍ରୀ ଅନନ୍ତ ସାହୁ, ବରିଷ୍ଠ ନେତା ଶ୍ରୀ ବାମଦେବ ଦିଗାଳ , ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ହିରେନ ନାୟକ, ଶ୍ରୀ ଜ୍ୟୋତିଷ ଚନ୍ଦ୍ର ନାୟକ, ଦିଲ୍ଲୀପ ପ୍ରଧାନ, ଜୁଳିଆନ ଦିଗାଳ, ଅବିରତ ନାୟକ, ରାଜୁ ଭାଇଙ୍କ ସମେତ ଶହ ଶହ କଂଗ୍ରେସ କର୍ମୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ଡ଼ାକରାରେ କଂଗ୍ରେସ ଦଳ ତରଫରୁ ଗାଁରୁ ଗାଁକୁ ଯାଇ କଂଗ୍ରେସ ଦଳର ପ୍ରଚାର ପ୍ରସାର କରିବା ସହ ବିଗତ ଦିନରେ କଂଗ୍ରେସ ସରକାର କଣ ସବୁ ଉନ୍ନତି ମୂଳକ କାର୍ଯ୍ୟ କରିଛି ତାହା ଜନସାଧାରଣଙ୍କୁ ବୁଝେଇବା ସହ ଲୋକଙ୍କ ସୁଖ ଦୁଃଖ ବୁଝି ସିଧାସଳଖ ଜନ ସମ୍ପର୍କ ସ୍ଥାପନ କରାଯାଉଛି ।

Leave A Reply

Your email address will not be published.