କନ୍ଧମାଳରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ”

ଫୁଲବାଣୀ: ଛାତ୍ର ଛାତ୍ରୀ ମାନଙ୍କ ଠାରେ ଭରି ରହିଛି ଅନେକ ପ୍ରତିଭା ଏବଂ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ ଏପରି ଶିଶୁ ପ୍ରତିଭାଙ୍କର ବିକାଶ ହୋଇପାରୁଛି ବୋଲି ଆଜି ଅନୁଷ୍ଠିତ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ମତ ପ୍ରକାଶ କରିଛନ୍ତି ବକ୍ତା । ଜିଲ୍ଲାରେ ଥ‌ିବା ଶିଶୁ ଯନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ମହକ୍ ସ୍ଥାନୀୟ ସରକାରୀ ବି ଏଡ୍ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୫ ରୁ ଅଧୂକ ଶିଶୁ ଯନ୍ତ୍ର ଅନୁଷ୍ଠାନର ୨୫୦ରୁ ଅଧିକ ଛାତ୍ରଛାତ୍ରୀ ନୃତ୍ୟ, ସଙ୍ଗୀତ, ଚିତ୍ରକଳା,ତର୍କ,ପ୍ରବନ୍ଧ ପ୍ରଭୃତି ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ବ୍ଲକ୍ ସୁରରେ ଅନୁଷ୍ଠିତ ପ୍ରତିଯୋଗିତା ପରେ ଫୁଲବାଣୀରେ ଜିଲ୍ଲାସ୍ତରୀୟ ଉତ୍ସବ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତା ମାନଙ୍କରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଜିଲ୍ଲା ଡିସିପିୟୁ ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ଏହି ଶିଶୁ ମହୋତ୍ସବର ଉଦଯାପନୀ ଉତ୍ସବରେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ଶିଶୁ ମାନଙ୍କ ପ୍ରତିଭା ଅସୀମ ଓ ଅଦ୍ଭୁତ ବୋଲି ମତ ବ୍ୟକ୍ତି କରିଥିଲେ। 

gpkandhamal

ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଦିପ୍ତିମୟୀ ପ୍ରଧାନ, ବି ଏଡ୍ କଲେଜ ଅଧ୍ୟକ୍ଷ ଈଶ୍ବର ପଟେଲ,ପି ଓ ଜୟଶ୍ରୀ ପ୍ରଧାନ,ଡିସିପିଓ ରଶ୍ମିତା କରନ୍,ଜିଲ୍ଲା ଶିଶୁ ମଙ୍ଗଳ ସମିତିର ରଜତ ଦିଗାଲ, ମମତା ଦାସ, ସଦାଶିବ ପାତ୍ର, ରାମଚନ୍ଦ୍ର ପରିଡ଼ା, ପ୍ରସନ୍ନ ବିସେଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ପିଓ ଆଇ ସି ସୁନିଲ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Umasankar Adv

Leave A Reply

Your email address will not be published.