ଆଜି ଇଡିରେ ହାଜର ହେବେନି କେଜ୍ରିୱାଲ, କହିଲେ ଇଡି ନୋଟିସ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍‌ କରିଥିଲା। ଆଜି କେଜ୍ରିୱାଲଙ୍କୁ ଜେରା ହେବାକୁ ଥିବାବେଳେ ସେ ହାଜର ହେବେନି ବୋଲି ମନା କରିଛନ୍ତି। ଇଡିରେ ହାଜର ହେବାକୁ ସମୟ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ନିଜ ଓକିଲଙ୍କ ଜରିଆରେ ସମୟ ମାଗିଛନ୍ତି କେଜ୍ରିୱାଲ।

ଅନ୍ୟପଟେ ଆଜି କେଜ୍ରିୱାଲ କେନ୍ଦ୍ରୀୟ ସଂସ୍ଥା ପଠାଇଥିବା ନୋଟିସର ଜବାବ ଦେଇଛନ୍ତି । ଏହି ନୋଟିସ୍ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ମୁଁ ଯେପରି ଚାରିଟି ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଯାଇପାରିବି ନାହିଁ, ସେଥି ପାଇଁ ବିଜେପିର ନିର୍ଦ୍ଦେଶରେ ଏହି ନୋଟିସ୍ ପଠାଯାଇଛି । ଇଡି ଏହି ନୋଟିସ୍ ପ୍ରତ୍ୟାହାର କରିବା ଉଚିତ୍ ବୋଲି କହିଛନ୍ତି କେଜ୍ରିୱାଲ ।

Umasankar Adv

ସେପଟେ ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ କେଜ୍ରିୱାଲ। ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛି। ସେଠାରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ କେଜ୍ରିୱାଲ ସିଂଗରୋଲିରେ ରୋଡ୍‌ ସୋ’ କରିବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଅକ୍ଟୋବର ୩୦ରେ କେଜ୍ରିୱାଲଙ୍କୁ ସମନ୍ ଜାରି କରିଥିଲା ଇଡି । ଏହି ମାମଲାରେ ସିବିଆଇ ଏପ୍ରିଲରେ କେଜ୍ରିୱାଲଙ୍କୁ ପ୍ରାୟ ସାଢ଼େ ୯ ଘଣ୍ଟା ଜେରା କରିଥିଲା। ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ସାଂସଦ ସଞ୍ଜୟ ସିଂହ ଜେଲରେ ଅଛନ୍ତି। ଆଜି କେଜ୍ରିୱାଲଙ୍କୁ ଇଡି ଗିରଫ କରିପାରେ ବୋଲି ଆପ୍ ଆଶଙ୍କା ପ୍ରକାଶ କରିଛି ।

Leave A Reply

Your email address will not be published.