ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବା ପାଇଁ ଚିଠା ନିୟମ ପ୍ରସ୍ତୁତ, ମିଳିପାରିବ ଗୃହ ଋଣ

ଭୁବନେଶ୍ୱର : ଜାଗା ମିଶନ ଅଧୀନରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବା ପାଇଁ ରାଜ୍ୟ ସରକାର ଏକ ନୂଆ ଚିଠା ନିୟମ ପ୍ରସ୍ତୁତ କରିଛନ୍ତି, ଯାହାଦ୍ୱାରା ସେମାନେ ଘର ର୍ନିମାଣ ପାଇଁ ଗୃହ ଋଣ ପାଇପାରିବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗତକାଲି ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ (ସଂଶୋଧନ) ନିୟମ, ୨୦୨୩ର ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଓଡ଼ିଶା ଗେଜେଟରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ତିରିଶ ଦିନ କିମ୍ବା ଏହା ପରେ ଚିଠା ନିୟମକୁ ବିଚାରକୁ ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।

ର୍ନିଦ୍ଦିଷ୍ଟ ଅବଧି ଶେଷ ହେବା ପୂର୍ବରୁ ଉକ୍ତ ଚିଠା ନିୟମ ସମ୍ବନ୍ଧରେ କୌଣସି ବ୍ୟକ୍ତିଙ୍କଠାରୁ ଆପତ୍ତି କିମ୍ବା ପରାମର୍ଶ ଆସିଲେ ତାହା ଉପରେ ରାଜ୍ୟ ସରକାର ବିଚାର କରିବେ ବୋଲି ଶ୍ରୀ ସାହୁ କହିଛନ୍ତି । ବସ୍ତିବାସିନ୍ଦାଙ୍କୁ ଓଡ଼ିଶା ଜମି ଅଧିକାର ଆଇନ, ୨୦୧୭ ଏବଂ ଓଡ଼ିଶା ମହାନଗର ନିଗମ (ସଂଶୋଧନ) ଆଇନ, ୨୦୨୨ର ବ୍ୟବସ୍ଥା ଅନୁଯାୟୀ ବସ୍ତିବାସିନ୍ଦାଙ୍କୁ ଜମି ଆବଣ୍ଟନ ଏବଂ ଜମି ଅଧିକାର ପ୍ରମାଣପତ୍ର ପାଇଁ ଏହି ଚିଠା ନିୟମ ଜାରି କରାଯାଇଥିଲା । ଚିଠା ନିୟମ ଅନୁଯାୟୀ, ଏଭଳି ରେକର୍ଡ ହୋଇଥିବା/ ପରିବର୍ତ୍ତିତ ଜମିକୁ ସରକାରୀ ଖାତାରୁ କଟାଯିବ ନାହିଁ ଏବଂ ଏଭଳି ପ୍ରସ୍ତୁତ ହୋଇଥିବା ନୂତନ ଖାତାକୁ ଭଡ଼ା ଓ ସେସ୍ ବାବଦରେ ଆକଳନ କରାଯିବ ନାହିଁ । ଜମି ଅଧିକାର ପ୍ରମାଣପତ୍ର (ସିଏଲଆର) ଖାତା ନାମରେ ଏକ ନୂତନ ବାଟ ଖାତା/ପ୍ଲଟ୍ ସୃଷ୍ଟି କରାଯିବ ଏବଂ ଜମିର କିସମ ପରିବର୍ତ୍ତନ ନକରି ରେକର୍ଡ କରାଯିବ ।

Umasankar Adv
057 code kasam

ଓଡ଼ିଶା ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଆଇନ, ୨୦୧୭ ଏବଂ ଓଡ଼ିଶା ମହାନଗର ନିଗମ (ସଂଶୋଧନ) ଆଇନ, ୨୦୨୨ର ବ୍ୟବସ୍ଥା ଅନୁଯାୟୀ ଜାରି କରାଯାଇଥିବା ଜମି ଅଧିକାର ପ୍ରମାଣପତ୍ର (ଏସଏଲଆର) ଭାବେ ନୂତନ ବାଟ ଖାତା/ ପ୍ଲଟର ସତ୍ତ୍ୱ ରେକର୍ଡ କରାଯିବ ।

କୌଣସି ଆର୍ଥିକ ଅନୁଷ୍ଠାନରୁ ଗୃହ ଋଣ ଆକାରରେ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ବନ୍ଧକ ରଖିବା ବ୍ୟତୀତ ଅନ୍ୟ କୌଣସି ଉପାୟରେ ଜମି ହସ୍ତାନ୍ତରଯୋଗ୍ୟ ହେବ ନାହିଁ, କିମ୍ବା ସବ୍ ଲିଜ୍‌, ବିକ୍ରୟ, ଉପହାର କିମ୍ବା ଅନ୍ୟ କୌଣସି ଉପାୟରେ ହସ୍ତାନ୍ତର ହେବ ନାହିଁ । ସାର୍ଟିଫିକେଟ୍ ଅଫ୍ ଲ୍ୟାଣ୍ଡ ରାଇଟ୍ସ ସାର୍ଟିଫିକେଟ୍ ଆଧାରରେ ଅଧିକାରର ରେକର୍ଡ ସଂଶୋଧନ ପାଇଁ ରାଜ୍ୟ ସରକାର ସମୟ ସମୟରେ ଉପଯୁକ୍ତ ନିର୍ଦ୍ଦେଶ ଜାରି କରିବାର ଅଧିକାର ସଂରକ୍ଷିତ ରଖିଛନ୍ତି ।

୨୦୨୩ ଅଗଷ୍ଟମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ପ୍ରମୁଖ ଜାଗା ମିଶନ ଅଧୀନରେ ରାଜ୍ୟର ୮୭୫ଟି ବସ୍ତିର ୬୫ ହଜାର ପରିବାରକୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା

057 code kasam
Leave A Reply

Your email address will not be published.