ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଗ୍ରାମର ହରିଜନ ସାହିର ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟ ନେଇ ଗୋପାଳପୁର ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। ମୃତକ ଜଣକ ହେଲେ ହରିଜନ ସାହିର ରାଜେନ୍ଦ୍ର ନାୟକ ବୟସ ୪୬ ବୋଲି ପୁଲିସ କହିଛି।
ସୂଚନା ଯେ ରାଜେନ୍ଦ୍ର ସକାଳେ ପ୍ରାୟ ସାଢ଼େ ୧୦ଟା ସମୟରେ ସ୍ଥାନୀୟ କୁମାର ବନ୍ଧକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଲୋକେ ପରିବାରକୁ ଜଣାଇଥିଲେ। ପରିବାର ଲୋକେ ସେଠାରେ ପହଞ୍ଚି ଅଚେତରେ ପଡ଼ିଥିବା ରାଜେନ୍ଦ୍ରକୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନେଇଥିଲେ।

gpkandhamal

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ପୁଅ ରମେଶ ନାୟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ଏକ ଅପମୃତ୍ୟୁ ମାମଲା ୨୩/୨୩ ରୁଜ୍ଜୁ କରି ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଏବଂ ବ୍ୟବଛେଦ ପରେ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

Umasankar Adv
Leave A Reply

Your email address will not be published.