ରାଉରକେଲା କୋଏଲନଗରରେ ଅଗ୍ନିକାଣ୍ଡ ; ମାଆ ଓ ପୁଅ ସୁରକ୍ଷିତ ଉଦ୍ଧାର

ରାଉରକେଲା : ରାଉରକେଲା କୋଏଲନଗରରେ ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟିଛି। ଏକ ଦୁଇ ମହଲା କୋଠାରେ ନିଆଁ ଲାଗିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଘର ଭିତରୁ ମାଆ ଓ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। କୌଣସି ଜୀବନହାନୀ ହୋଇନଥିବା ବେଳେ ଘରର ସବୁ ଆସବାବପତ୍ର ନିଆଁରେ ପୋଡି ପାଉଁଶ ହୋଇ ଯାଇଛି। ଆବାସିକ କଲୋନୀ ହୋଇଥିବାରୁ ପାଖ ଲୋକେ ଭୟଭୀତ ହୋଇଛନ୍ତି। ତିନୋଟି ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହି ନିଆଁକୁ ଆୟତ୍ତ କରିଛନ୍ତି। ମାତ୍ର ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଛି।

Leave A Reply

Your email address will not be published.