ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା – ସମସ୍ତ ସହାୟତା ନିଶ୍ଚିତ କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରକାଶୀ ଜିଲ୍ଲାର ଏକ ନିର୍ମାଣାଧୀନ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଅବସ୍ଥା ସମ୍ପର୍କରେ ଫୋନ୍ ଯୋଗେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହୋଇଛନ୍ତି। ଶ୍ରୀ ଧାମି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରମିକଙ୍କ ଅବସ୍ଥା ଏବଂ ସେମାନଙ୍କ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି। ସେ କହିଛନ୍ତି ଯେ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସମ୍ଭାବ୍ୟ ସହାୟତା ନିଶ୍ଚିତ କରିଛନ୍ତି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.