ଯୋଡ଼ିମାଦେଲି ଘାଟି ତଳକୁ ଖସିଲା କାର୍, ଚାଲିଗଲା ୩ଜଣଙ୍କ ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟିରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୫୦ ଫୁଟ ତଳକୁ ଖସିଲା ଏକ କାର। ଉକ୍ତ କାରରେ ଛତିଶଗଡ ଠାରୁ ଆନ୍ଧ୍ର ଅଭିମୁଖେ ଯାଉଥିଲେ ୪ ଜଣ । ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ମହିଳାଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ସମୟରେ ମୃତ୍ୟୁ ଘଟିଥିବା ନେଇ ଜଣାପଡ଼ିଛି । ବିଳମ୍ବିତ ରାତ୍ରୀରେ ଉକ୍ତ ଦୁର୍ଘଟଣା ଘଟିଥିଲା । କିନ୍ତୁ ଘଟଣା ନେଇ କାହା ପାଖରେ ସୂଚନା ନଥାଇ ଚାଲିଗଲା ସମସ୍ତଙ୍କ ଜୀବନ। ଉକ୍ତ ଘଟଣାରେ ଦୁଇଟି ପୁରୁଷ, ଏକ ମହିଳା ଏବଂ ଏକ ନାବାଳିକା ରହିଥିବା ନେଇ ଜଣାପଡ଼ିଛି । ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଯାଞ୍ଚ କରୁଥିବା ନେଇ ଜଣାପଡ଼ିଛି ।

Leave A Reply

Your email address will not be published.