ବିପଦରେ ଗଜରାଜ : ତେଲକୋଇ ପରେ ନାକଟିଦେଉଳ ବନାଞ୍ଚଳରୁ ଠାବ ହେଲା ଦନ୍ତା ହାତୀର ମୃତ ଦେହ

ଭୁବନେଶ୍ବର/ତେଲକୋଇ/ନାକଟିଦେଉଳ : ସଙ୍କଟରେ ଗଜରାଜ। ରାଜ୍ୟରେ ବଢିଚାଲିଛି ହାତୀମୃତ୍ୟୁ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ଚିନ୍ତା ବଢ଼ୁଛି । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ଶିକାରୀ ଫାଶରେ ପଡ଼ି ଗୋଟିଏ ଦନ୍ତା ହାତୀ ମୃତ୍ୟୁକୁ ସପ୍ତାହେ ନ ବିତୁଣୁ ଗତକାଲି ସମାନ ଢଙ୍ଗରେ ଆଉ ଏକ ଦନ୍ତାର ମୃତ୍ୟୁ ହୋଇଛି। ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ୍‌ ଆକୁଳ ମୁଣ୍ଡାସାହିସ୍ଥିତ ଏକ ଚାଷ ଜମିରୁ ଆଜି ୫ ବର୍ଷୀୟ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ବିଦ୍ୟୁତ୍‌‌ ଆଘାତରେ ହାତୀଟିର ମୃତ୍ୟୁ ଘଟିଥିବା ବନଖଣ୍ଡ ଅଧିକାରୀ ସ୍ପଷ୍ଟ କରିଛନ୍ତି। ବନ୍ୟଜନ୍ତୁ ଶିକାର ପାଇଁ ସୋଲାର ଝଟକା ବାଡ଼ରେ ଘରୋଇ ବିଦ୍ୟୁତ୍‌‌ ସଂଯୋଗ କରାଯାଇଥିବାରୁ ବିଦ୍ୟୁତ୍‌‌ ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତ୍ୟୁ ହୋଇଛି। ଏହି ଘଟଣାରେ ବନ ବିଭାଗ ତଦନ୍ତ କରି ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରକାଶଥାଉ କି, କିଛି ଦିନ ତଳେ ବାର୍‌‌ହା ଦେବତା ଫରେଷ୍ଟ ବିଟ୍‌‌ ସଲେଇକେନା ଭାଡ଼ିମରା ସାହିରେ ବିଦ୍ୟୁତ୍‌‌ ଫାଶରେ ପଡ଼ି ୪୦ ବର୍ଷୀୟା ଏକ ଦନ୍ତାହାତୀ ମୃତ୍ୟୁ ହୋଇଥିଲା।

gpkandhamal

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ସାଲେଭଟା ପଞ୍ଚାୟତ କୁନ୍ଦେଇଯୋରୀ ଗାଁ ନିକଟରେ ଏକ ଦନ୍ତା ହାତୀର ମୃତ ଦେହ ଠାବ କରିଛି ବନ ବିଭାଗ। ସୂଚନା ଅନୁସାରେ କିଛିଦିନ ହେଲା କୁନ୍ଦେଇଯୋରୀ ଗାଁ ପାର୍ଶ୍ବବର୍ତ୍ତୀ ଜଙ୍ଗଲରେ ହାତୀମାନେ ରହୁଥିଲେ। ତେବେ ଆଜି ଗାଁ ଠାରୁ କିଛି ଦୂରରେ ଏକ ଦନ୍ତା ହାତୀର ମୃତ ଦେହ ପଡ଼ିଥିବା ବନ ବିଭାଗ ଖବର ପାଇଥିଲା। ରେଢ଼ାଖୋଲ ଡିଏଫ୍‌‌ଓ, ସହକାରୀ ବନ ସଂରକ୍ଷକ, ନାକଟିଦେଉଳ ଫରେଷ୍ଟର ଏବଂ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏ ନେଇ ନାକଟିଦେଉଳ ସହକାରୀ ବନ ସଂରକ୍ଷକ ଅଶ୍ୱିନୀ କୁମାର ବେହେରାଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି ପରେ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।

Umasankar Adv
Leave A Reply

Your email address will not be published.