ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ, ଯୌତୁକ ନିମନ୍ତେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାରବର୍ଗ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମର ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଯୌତୁକ ନିମନ୍ତେ ମାରିଦେଇ ଥିବା ମହିଳାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଜଣାଯାଏ ବାଲୁଗାଁ ଥାନା ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ପୂଜା ଜେନା ନାମକ ଜଣେ ମହିଳା ତୋରସିଂ ଗ୍ରାମର ରାଜା ଭୋଳଙ୍କୁ ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । କିନ୍ତୁ ଶଶୁର ଘର ଲୋକ ଯୌତୁକ ଦାବୀ କରି ପୂଜାଙ୍କୁ ନିର୍ଯ୍ୟାତନା ଦେବା ସହ ମାରପିଟ କରୁଥିଲେ। ତେବେ ଏ ନେଇ ଗତକାଲି ଜୀବନରୁ ମାରିଦେବାର ଷଡଯନ୍ତ୍ର କରୁଥିବା ଏବଂ ମାରଧର କରୁଥିବାର ପୂଜା ପରିବାର ଲୋକଙ୍କୁ ଜଣାଇଥିଲେ।

gpkandhamal

ରାତି ୧୦ ଟାରେ ପୂଜାଙ୍କ ପରିବାର ଲୋକ ତୋରସିଂହ ଗ୍ରାମର ରାଜାଙ୍କ ଘରେ ପହଂଚିବାରେ ରାଜାଙ୍କ ପରିବାର ଲୋକ ପୂଜାର ମା, ଓ ସମ୍ପର୍କିୟ ମାନଂକୁ ଘରକୁ ଯିବାକୁ ଦେଇ ନଥିଲେ। ଆଜି ପୂଜାଙ୍କୁ ଶ୍ବଶୁର ଘର ଲୋକେ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିବା ବେଳେ ପରିବାର ଲୋକ ପୂଜାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ପୂଜାଙ୍କ ମା’ ଥାନାରେ ଅଭିଯୋଗ କଲା ପରେ ପୋଲିସ ପୂଜାଙ୍କ ସ୍ବାମୀ ଓ ଶାଶୁଙ୍କୁ ଅଟକ ରଖୀଥିବା ବେଳେ, ପୂଜା ବିଷ ପିଇ ଦେଇଥିବା ରାଜାଙ୍କ ପରିବାର ଲୋକ କହିଛନ୍ତି। ମୃତଶରୀରକୁ ବାଣପୁର ପୋଲିସ ଜବତ କରି ତଦନ୍ତ ଚାଲୁ ରଖୁଛି।

Umasankar Adv
Leave A Reply

Your email address will not be published.