ଆର୍କଟିକ୍‌ରେ ଛାଇଗଲା ଅନ୍ଧାର, ୨ ମାସ ଯାଏ ହେବନାହିଁ ସକାଳ

ୱାଶିଂଟନ : ଆମେରିକାର ଆର୍କଟିକ କ୍ଷେତ୍ରରେ ଅନ୍ଧାର ଛାଇ ଯାଇଛି। ଏଠାରେ ଶନିବାର ଶେଷ ଥର ପାଇଁ ସୂର୍ଯ୍ୟ ଅସ୍ତ ହୋଇଛି। ଆଗାମୀ ୨ ମାସ ପର୍ଯ୍ୟନ୍ତ ଉତ୍ତର ଆମେରିକାର ଉଟକିୟାଭିକ ସହରରେ ଆଉ ସୂର୍ଯ୍ୟ ଉଦୟ ହେବେ ନାହିଁ। କେବଳ ରାତି ହିଁ ରାତି ରହିବ। ଏହି ସହର ଆଲାସ୍କାରେ ରହିଛି। ଏଠାରେ ଜାନୁଆରୀ ଶେଷରେ ସୂର୍ଯ୍ୟ ଉଦୟ ହେବ।

ଆର୍କଟିକ୍‌ ସର୍କଲ ଯୋଗୁଁ ଏଠାରେ ଏପରି ହେଉଛି। ପୂର୍ବରୁ ଉଟକିୟାଭିକ ବୈରୋ ନାମରେ ପରିଚିତ ଥିଲା। କିନ୍ତୁ କିଛି ବର୍ଷ ତଳେ ଏହାର ନାମ ବଦଳା ଯାଇ ଆଲସ୍କା ନାମରେ ରଖା ଯାଇଥିଲା। ଆର୍କଟିକ ସର୍କଲରେ ଥିବା ଯୋଗୁଁ ଏଠାରେ ପ୍ରତି ବର୍ଷ ପ୍ରାୟ ୬୬ ଦିନ ପାଇଁ ଅନ୍ଧାର ରହିଥାଏ। ତେବେ ସହର ସମ୍ପୂର୍ଣ୍ଣ ଅନ୍ଧାର ରହିବ ନାହିଁ। ସବୁବେଳେ ସନ୍ଧ୍ୟା ପରି ଦେଖାଯିବ। ଏଠାରେ ଆସନ୍ତା ବର୍ଷ ଜାନୁଆରୀ ୨୩ ତାରିଖ ଦ୍ବିପହରେ ସୂର୍ଯ୍ୟ ଉଦୟ ହେବ। ସେହିପରି ଖରାଦିନେ ଏହାର ବିପରୀତ ହେବ। କିଛି ସମୟ ପାଇଁ କେବେ ବି ସୂର୍ଯ୍ୟ ଅସ୍ତ ହେବନାହିଁ।

Umasankar Adv
Leave A Reply

Your email address will not be published.