ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା, କେନ୍ଦ୍ର ଅବହେଳାକୁ ଦାୟୀ କଲେ ମେୟର

କଟକ : କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ କଟକର ଐତିହାସିକ ବାଲିଯାତ୍ରା ଜାତୀୟ ମାନ୍ୟତା ପାଇବାରୁ ବଞ୍ଚିତ ହେଉଛି। କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ସମାହାର ହେଉଛି କଟକ ବାଲିଯାତ୍ରା। ଏହାର ଗୌରବମୟ ଇତିହାସ ରହିଛି। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାରେ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କଲେନି ବୋଲି ଗୁରୁବାର ମେୟରଙ୍କ ଆବାସିକ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମେୟର ସୁବାସ ସିଂହ ଅଭିଯୋଗ କରିଛନ୍ତି। ଦୀର୍ଘବର୍ଷ ଧରି ବାଲିଯାତ୍ରା ଆୟୋଜିତ ହୋଇ ଆସୁଛି। ରାଜ୍ୟ ସରକାର ଏହାକୁ ରାଜ୍ୟ ମାନ୍ୟତା ପ୍ରଦାନ କରିଛନ୍ତି। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଗତବର୍ଷ ବାଲିରେ ଆୟୋଜିତ ଜି-୨୦ସମ୍ମିଳନୀରେ କଟକର ଐତିହାସିକ ବାଲିଯାତ୍ରା ସମ୍ପର୍କରେ ସୂଚନା ଦେଇ ସମଗ୍ର ବିଶ୍ବବାସୀଙ୍କୁ ଅବଗତ କରିଥିଲେ।

gpkandhamal

ଏହାସତ୍ତ୍ବେ କେନ୍ଦ୍ର ସରକାର ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନ ଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ବାଲି ଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନିମନ୍ତେ ପୂର୍ବରୁ କେନ୍ଦ୍ର ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲେ ରାଜ୍ୟ ସରକାର। ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଜକୁ ପ୍ରାଧୀକୃତ କର୍ତ୍ତୃପକ୍ଷ ନୁହେଁ ବୋଲି କହି ଚିଠି ଲେଖିଛି। ଏହି ମାନ୍ୟତା ଦେବାକୁ କିଏ ଉପଯୁକ୍ତ ଅଧିକାରୀ ବୋଲି ପଚାରିଛନ୍ତି ମେୟର। ଆଗାମୀ ଦିନରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତରେ ସଂସଦରେ ଉଠିବ ବୋଲି ମେୟର କହିଛନ୍ତି ।

Umasankar Adv
Leave A Reply

Your email address will not be published.