୪୯ ନମ୍ବର ଜାତୀୟ ରାଜପଥର ବାଉଁଶୁଳି ନିକଟରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ

ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାଉଁଶୁଳି ନିକଟରେ ଅଘଟଣ । ରାଜପଥ ଉପରେ ଏକ ଟ୍ରକ ହୁତୁହୁତୁ ହୋଇ ଜଳି ଯାଇଛି । ସୂଚନା ଅନୁସାରେ କଲିକତା ପଟରୁ କେନ୍ଦୁଝର ଆଡକୁ ଯାଉଥିବା ଏକ ୧୨ ଚକିଆ ଟ୍ରକରେ ହଠାତ ଅଗ୍ନିକାଣ୍ଡ ଘଟିଥିବାରୁ ଟ୍ରକଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଟ୍ରକଟି ଜଳୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Leave A Reply

Your email address will not be published.