ବାଘୁଆ ମହୁମାଛି ଆକ୍ରମଣରେ ସ୍କୁଲଛାତ୍ରଙ୍କ ସମେତ ମୋଟ ୭ଜଣ ଗୁରୁତର ଆହତ

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଦପୁର ହାଟପଡିଆ ନିକଟରେ ବୁଧବାର ସକାଳ ସାଢେ ୯ଟା ପାଖାପାଖି ସମୟରେ ବାଘୁଆ ମହୁମାଛି ଆକ୍ରମଣରେ ଦୁଇଜଣ ୧୨ବର୍ଷିୟ ସ୍କୁଲଛାତ୍ରଙ୍କ ସମେତ ମୋଟ ୭ଜଣ ଗୁରୁତର ଆହତ ହୋଇ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହସ୍ତଗତ ସୂଚନା ମୁତାବକ ବୁଧବାର ସକାଳେ ସାଢେ ୯ଟା ପାଖାପାଖି ସମୟରେ ହଠାତ ବାଘୁଆ ମହୁମାଛି ଦଳ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଆକ୍ରମଣ କରିଦେଇଥିଲେ। ବାଘୁଆ ମହୁମାଛି ଦଂଶନରେ ଦୁଇଜଣ ୧୨ବର୍ଷୀୟ ସ୍କୁଲଛାତ୍ର କୁରାଢ଼ିକ ଗ୍ରାମର କିରଣ ମହାନ୍ତ ଏବଂ ଶୁଭମ ମହାନ୍ତଙ୍କ ସମେତ ବୈଦପୁର ଗ୍ରାମର ଦୁର୍ଗା ସିଂ(୧୮), ମେର୍ଦା ଗ୍ରାମର ଦୀପିକା ଡଗରା(୧୯), ଯୁଗଳ ଗ୍ରାମର ରାଜେନ୍ଦ୍ର ଧାଉଁଡିଆ(୩୮) ଏବଂ ସାତପଉଟିଆ ଗ୍ରାମର ଇନ୍ଦ୍ରଜିତ ସାହୁ(୨୮) ଏବଂ ଶୁଭଲକ୍ଷ୍ମୀ ସାହୁ(୧୬) ପ୍ରମୁଖ ୭ଜଣ ଗୁରୁତର ଆହତ ହୋଇଥିଲେ।

gpkandhamal

ବାଘୁଆ ମହୁମାଛିଙ୍କ ବିଷାକ୍ତ ଦଂଶନରେ ଗୁରୁତର ୭ଜଣଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିଛି ସୁସ୍ଥ ହୋଇ ଫେରିଯାଇଥିବା ବେଳେ ଆଉ କିଛି ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାଯାଇଛି । ତେବେ ବାଘୁଆ ମହୁମାଛି ଆକ୍ରମଣ ଖବର ପାଇ କିଛି ସମୟ ପାଇଁ ବୈଦପୁର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଭୟର ବାତାବରଣ ଦେଖାଦେଇଥିଲା l

Umasankar Adv
Leave A Reply

Your email address will not be published.