ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱ।ର ଖୋଲିବା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର: ସମ୍ବଲପୁର ସହରର ବ୍ରହ୍ମପୁରା ମନ୍ଦିର ସମ୍ମୁଖରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱ।ର ଖୋଲିବା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଙ୍ଗଳବାର ଶ୍ରୀ ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଞ୍ଚ ପୁରୀ ପକ୍ଷରୁ ଏ ନେଇ ପ୍ରତିବାଦ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଶେଷ କରି ଓଡ଼ିଶାର ସାଢ଼େ ଚାରିକୋଟି ଓଡ଼ିଆଙ୍କ ଧାର୍ମିକ ଭାବନା ସହ ଜଡ଼ିତ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱ।ର ତୁରନ୍ତ ଖୋଲିବା ସହ ରତ୍ନଭଣ୍ଡାରରକୁ ମଧ୍ୟ ସରକାର ତୁରନ୍ତ ଖୋଲିବାକୁ ଦାବି କରାଯାଇଛି।

gpkandhamal

ଏହି ପ୍ରତିବାଦ ଓ ବିକ୍ଷୋଭ କାର୍ୟ୍ୟକ୍ରମରେ ବିଶ୍ଵହିନ୍ଦୁ ପରିଷଦର ବରିଷ୍ଠ ନେତା ସୁଧୀର ରଞ୍ଜନ ବହିଦାର, ପଣ୍ଡିତ ମହାସଭାର ରବି ନାରାୟଣ ପଣ୍ଡା, ଉପେନ୍ଦ୍ର ଝା, ଅନୀଲ ବେହେରା, ମନବୋଧ ପାଢି, ସୁବ୍ରତ ପୁରୋହିତ, ସରିତ କୁମାର ପାଢି, ସୌରଭ ମିଶ୍ର, ବାବଲୁ ବାଗ, ଲଲିତ ୬ବବତ୍ତା, ଦେବରାଜ ପଟେଲ, ଅରୁଣ ଦାସ, ନେପାଳ ପଣ୍ଡା, ମୁନା ମୁଣ୍ଡା, ଶିଶିର ବହିଦାର, କୁନ୍ଦନ ପ୍ରଧାନ, କାମ୍ୟ ରାଜ ସାନବଡ଼, ଚିରାଗ ଅଗ୍ରୱାଲ, ରଞ୍ଜିତ ସାହୁ, ସୌମିକ ବାବୁ, ଜୟନ୍ତ ମହାପାତ୍ର, ଗତିକୃଷ୍ଣ ଷଡ଼ଙ୍ଗୀ, ସୁରଜ ଗୁରୁ, ଦେବନ୍ତ ବେହେରା, ବିବେକ ପାତ୍ର, ଶେଖର ସ୍ୱାମୀ, ସମୀର ସିଂହ ପ୍ରମୁଖଙ୍କ ସମେତ ସ଼ହରର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ରହି ଏହି ଦାବିକୁ ସମର୍ଥନ କରିଥିଲେ।

Umasankar Adv
Leave A Reply

Your email address will not be published.