ବାଘ ପରେ ହାତୀ ଆତଙ୍କ, ଭୟରେ ଚାଷୀ

ଫୁଲବାଣୀ: ଗତ କିଛିଦିନ ହେଲା ଏକ ମହାବଳ ବାଘ କନ୍ଧମାଳ ଜିଲା ମୁହାଁ ହୋଇ କୋଟଗଡ଼଼ ବନାଞ୍ଚଳ ଅନ୍ତର୍ଗତ ଧରାକୋଟ ପଂଚାୟତର ସାଜେଲି କୁଟିଗୁଡ଼ା ଗ୍ରାମର ବନାଙ୍ଗ ଅଞ୍ଚଳର ବିିଭିନ୍ନ ବିଲ ମାଳରେ ବାଘର ଏକାଧିକ ସ୍ଥାନରେ ପାଦଚିହ୍ନ ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଛନକା ପଶିଥିବା ବେଳେ ଏପଟେ କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀଙ୍କ ପ୍ରାଦୁର୍ଭାବରେ ଅଞ୍ଚଳବାସୀ ନାକେଦମ ହୋଇ ପଡ଼ିଛନ୍ତି।

gpkandhamal

ଗତ କିଛିଦିନ ହେଲା ଚକାପାଦ ବ୍ଳକ ଏବଂ ଟିକାବାଲି ବନାଞ୍ଚଳ ଅନ୍ତର୍ଗତ ଅର୍ଚ୍ଚଙ୍ଗୀ, ରିଙ୍ଗିବାଡ଼ି ଆଦି ଅଞ୍ଚଳରେ ହାତୀପଲ ଘୁରିବୁଲିବା ସହିତ କୌଶିକ କହଁର, ବିବଛ କହଁର, ସୁବାସ କହଁରଙ୍କ ଭଳି ଅନ୍ୟ କେତେକ ଗ୍ରାମବାସୀ ମାନଙ୍କର ଧାନ ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେବା ସହିତ ଖାଇ ମଧ୍ୟ ଦେଇଛନ୍ତି। ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ରାତ୍ର ପେଟ୍ରୋଲିଂ କରୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ହାଦୀ ପଲର କୌଣସି ପ୍ରକାର ସନ୍ଧାନ ପାଇପାରିନଥିବା ବେଳେ ବନ ବିଭାଗର କର୍ମଚାରୀ ଓ ଗ୍ରାମବାସୀ ମାନେ ଏ ଗାଁରୁ ସେ ଗାଁକୁ ଦଳ ଦଳ ହୋଇ ରାତ୍ରରେ ଘୁରି ବୁଲୁଛନ୍ତି। ତେବେ ହାତୀପଲ ମାନଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ସନ୍ଧାନ ପାଇନଥିଲେ ମଧ୍ୟ ଯେଉଁ ରାସ୍ତା ଦେଇ ହାଦୀପଲ ଯାତାୟତ କରୁଛନ୍ତି ଉକ୍ତ ରାସ୍ତାର ସନ୍ଧାନ ପାଇପାରିଛନ୍ତି। ଅନ୍ୟପକ୍ଷରେ ଯେଉଁ ସବୁ ଚାଷୀ ମାନଙ୍କର ଫସଲ ହାତିପଲ ନଷ୍ଟ କରି ଦେଇଛନ୍ତି ସେହିସବୁ ଚାଷୀ ମାନେ ଇତି ମଧ୍ୟରେ ଲିଖିତ ଭାବେ ବନ ବିଭାଗକୁ ଜଣାଇଥିବା ବେଳେ ବନ ବିଭାଗର କର୍ମଚାରୀ ମାନେ ଜମିରେ ପହଞ୍ଚିଥିବାର ଦେଖାଯାଇଛି।ତେବେ ପ୍ରତିବର୍ଷ ଠିକ୍‌‌ ଏହି ସମୟରେ ଚକାପାଦ ଅଞ୍ଚଳରେ କିଛି ହାତୀପଲ ପ୍ରବେଶ କରିବା ସହିତ ପୂର୍ବ ଦିନ ମାନଙ୍କରେ ଅନେକ ଚାଷୀଙ୍କର ଏଭଳି ଭାବେ ଫସଲ ନଷ୍ଟ କରିଥିବାର ନଜିର ରହିଛି। ଉକ୍ତ ହାତୀପଲ ଦଶପଲ୍ଲା ଜଙ୍ଗଲରୁ ଚାଲି ଆସିଥିବା ବନ ବିଭାଗ ସନ୍ଦେହ କରିଥିବା ବେଳେ ଏ ଦିଗରେ ଦୃଷ୍ଟିଦିଆଯାଇଛି ବୋଲି ପ୍ରକାଶ କରିଛି। ଅନ୍ୟପକ୍ଷରେ ହାତୀପଲଙ୍କ ଆତଙ୍କରେ ଅଞ୍ଚଳ ମାନଙ୍କରେ ଏକ ପ୍ରକା କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ହୋଇଗଲେ ଅନେକଙ୍କର ତାଟିକବାଟ ପଡ଼ିଯାଉଛି। ଆଉ କେତେକ ଚାଷୀ ନିଜ ଫସଲ ବଞ୍ଚାଇବା ପାଇଁ ନିଜ ନିଜ ଜମିରେ ଦଳ ଜଳ ହୋଇ ରାତ୍ର ଉଜାଗର ହୋଇ ଜମିକୁ ଜଗୁଥିବାର ଦେଖାଯାଇଛି। ତୁରନ୍ତ ବନବିଭାଗ ହାତୀପଲଙ୍କୁ ଚିହ୍ନଟ କରି ଜଙ୍ଗଲରୁ ଘଉଡ଼ାଇବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।

Umasankar Adv
Leave A Reply

Your email address will not be published.