କନ୍ଧମାଳରେ ଆରମ୍ଭ ହୋଇଛି ୭୦ତମ ରାଜ୍ୟ ସ୍ତରୀୟ ପୁରୁଷ ଭଲି ବଲ ଟୁର୍ନାମେଣ୍ଟ

କନ୍ଧମାଳ : ଆଜି କନ୍ଧମାଳ ରେ ଆରମ୍ଭ ହୋଇଛି ୭୦ତମ ରାଜ୍ୟ ସ୍ତରୀୟ ପୁରୁଷ ଭଲି ବଲ ଟୁର୍ନାମେଣ୍ଟ । କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଏହାକୁ ଅନୁଷ୍ଠାନିକ ଭାବେ ପତାକା ଉତୋଳନ କରି ଉଦଘାଟନ କରିଛନ୍ତି । ତାଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଫୁଲବାଣୀ ବିଧାୟକ ଅଙ୍ଗଦ କଂହର, ରାଜ୍ୟ ଭଲିବଲ ସମ୍ପାଦକ ଗଗନେନ୍ଦୁ ଦାସ, ଓ ଜିଲ୍ଲା କ୍ରୀଡା ସଙ୍ଘର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଓ ରାଜ୍ୟ ଭଲିବଲ ସଂଘର କାର୍ଯ୍ୟକାରୀ ସଭାପତି ଯୋଗ ଦେଇଥିଲେ । ଏଥିରେ ମୋଟ ୩୦ଟି ଜିଲ୍ଲା ରୁ ୩୧ଟି ଟିମ ଭାଗ ନେଇଛନ୍ତି, ସେଥିରୁ ଫୁଲବାଣୀ ରେ ୧୯ଟି ଦଳ ବାଲିଗୁଡାରେ ୬ ଟି ଦଳ ଓ ରାଇକିଆ ଠାରେ ୬ଟି ଦଳ ଖେଳିବେ। କନ୍ଧମାଳର ୩ଟି ଜାଗାରେ ଫୁଲବାଣୀ, ବାଲିଗୁଡା ଓ ରାଇକିଆ ଠାରେ ଦିବା ରାତ୍ର ମ୍ୟାଚ ଅନୁଷ୍ଠିତ ହେବ। ଏହାଛଡା ମହିଳା ଭଲିବଲ ଟୁର୍ନାମେଣ୍ଟ ବୌଦ୍ଧ ଠାରେ ଖେଳାଯିବ. ଓ ୧୫ଟି ଦଳ ଏଥିରେ ଯୋଗଦେବେ। କନ୍ଧମାଳର ପ୍ରିୟ ଢ଼ାବା ଭଳିବଲକୁ ମାନ୍ୟବର ସାଂସଦଙ୍କ ପରାମର୍ଶ ରେ ୧୨ ଟି ଢ଼ାବା ଭଳିବଲ ଟିମକୁ ନେଇ ଦାରିଙ୍ଗବାଡି ଠାରେ ଆୟୋଜନ କରାଯାଇଛି । ଏହି ଖେଳ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.