ବିତ୍ତୀୟ ପରିଚାଳନାକୁ ନେଇ ରିଜର୍ଭ ବ୍ୟାଙ୍କ୍‌ର ରିପୋର୍ଟ : ବଡ଼ ବଡ଼ ରାଜ୍ୟକୁ ଆର୍ଥିକ ପରିଚାଳନାରେ ପଛରେ ପକାଇଲା ଓଡ଼ିଶା

ଭୁବନେଶ୍ୱର : ରାଜ୍ୟର ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟରେ ବିତ୍ତୀୟ ପରିଚାଳନା, ଋଣ ହାର, ଅଣ ଟିକସ ରାଜସ୍ୱ ଆଦାୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଦେଶର ବଡ଼ବଡ଼ ରାଜ୍ୟକୁ ପଛରେ ପକାଇ ଶୀର୍ଷସ୍ଥାନ ଅଧିକାର କରିଛି। ବିଭିନ୍ନ ରାଜ୍ୟର ବଜେଟ ଆକଳନକୁ ନେଇ ଆର୍‌‌ବିଆଇ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଓଡ଼ିଶାର ସ୍ଥିତି ବେଶ୍‌‌ ପ୍ରଭାବଶାଳୀ ରହିଛି। ବିଶେଷକରି ଓଡ଼ିଶାର ଋଣଭାର ଦେଶରେ ସର୍ବନିମ୍ନ ରହିଥିବା ବେଳେ ନିଜସ୍ୱ ଅଣଟିକସ ରାଜସ୍ୱ ସଂଗ୍ରହରେ ମଧ୍ୟ ଓଡ଼ିଶା ଦେଶର ବହୁ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଶୀର୍ଷସ୍ଥାନ ଅଧିକାର କରିଛି।

gpkandhamal

ଓଡ଼ିଶାର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜିଏସ୍‌‌ଡିପି(ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ)ର ମାତ୍ର ୧୩.୯ ପ୍ରତିଶତ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଯାହାକି ଦେଶରେ ସର୍ବନିମ୍ନ ରହିବା ସହ ଏଫ୍‌‌ଆରବିଏମ୍‌‌ ଅଧିନିୟମ ଅନୁଯାୟୀ ପୋଷଣୀୟ ବର୍ଗରେ ରହିଛି। ନିକଟରେ ଦେଶବ୍ୟାପୀ ସମସ୍ତ ରାଜ୍ୟର ବଜେଟକୁ ନେଇ ପ୍ରସ୍ତୁତ ଏକ ରିପୋର୍ଟରେ ଓଡ଼ିଶା ସାରା ଦେଶରେ ସର୍ବାଧିକ ରାଜସ୍ୱ ବଳକା ରାଜ୍ୟ ଭାବେ ସୁନାମ ଅର୍ଜନ କରିଥିଲା। ଏତଦ୍‌‌ବ୍ୟତୀତ ରାଜ୍ୟରେ ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ, ଖଣି ରାଜସ୍ୱ, ଅବକାରୀ ରାଜସ୍ୱ ସଂଗ୍ରହରେ ମଧ୍ୟ ଚମକପ୍ରଦ ବୃଦ୍ଧି ଘଟିଥିବା ବେଳେ ଏହାର ଶୃଙ୍ଖଳିତ ପରିଚାଳନା ଆଜି ଓଡ଼ିଶାକୁ ଏକ ନୂଆ ପରିଚୟ ପ୍ରଦାନ କରିପାରିଛି। ସମୃଦ୍ଧ ଆର୍ଥିକ ସ୍ଥିତି କାରଣରୁ ଓଡ଼ିଶା ଏକାଧିକ ଜନମଙ୍ଗଳକାରୀ ଯୋଜନା ପ୍ରଣୟନ କରିପାରୁଥିବା ବେଳେ କ୍ରମାଗତ ୨ ବର୍ଷ ଧରି ଖୋଲା ବଜାରରୁ ଋଣ କରିନାହିଁ। ଓଡ଼ିଶାର ଏପରି ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ମଜେଲ ଅନ୍ୟ ରାଜ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ଅନୁକରଣୀୟ ଏବଂ ଉଦାହରଣ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

Umasankar Adv
Leave A Reply

Your email address will not be published.