‘କାନ୍ତାରା ଚାପ୍ଟର-୧’: ପର୍ଶୁରାମଙ୍କ ଭୂମିକାରେ ଋଷଭ!

ସେପ୍ଟେମ୍ବର ୨୦୨୨ ରେ ରିଲିଜ୍‌ ହୋଇଥିବା ଋଷଭ ସେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ବକ୍ସ ଅଫିସ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଦର୍ଶକେ ଫିଲ୍ମଟିକୁ ବେଶ୍ ପସନ୍ଦ କରିଥିଲେ। ଏବେ ଏହାର ପ୍ରିକ୍ବେଲ ‘କାନ୍ତାରା ଚାପ୍ଟର-୧’ ପୁଣି ଥରେ ଚର୍ଚ୍ଚାରେ। ଫିଲ୍ମକୁ ନେଇ ଦର୍ଶକେ ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି। ଏବେ ଫିଲ୍ମର ଟ୍ରେଲର୍‌କୁ ଦର୍ଶକେ ଅପେକ୍ଷା କରିଛନ୍ତି। ତେବେ ଫିଲ୍ମରେ ଋଷଭ ସେଟ୍ଟୀ ଭଗବାନ ପର୍ଶୁରାମଙ୍କ ଭୂମିକାରେ ଦେଖାଯାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଫିଲ୍ମର ପୋଷ୍ଟର୍‌ରେ ଋଷଭ ଧରିଥିବା ହତିଆର ଭଗବାନ ପର୍ଶୁରାମ ଧରିଥିବା ଅସ୍ତ୍ର ଭଳି ଦେଖାଯାଉଥିବା କୁହାଯାଉଛି। ଫିଲ୍ମର ପୋଷ୍ଟର୍‌ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ପୋଷ୍ଟର୍‌ରେ ଋଷଭଙ୍କ ରକ୍ତଭିଜା ଭୟାନକ ଲୁକ୍ ଚର୍ଚ୍ଚାରେ ରହିଛି। ଏହାର ସୁଟିଂ ଡିସେମ୍ବର ଶେଷ ଆଡ଼କୁ ଆରମ୍ଭ ହେବ ବୋଲି କୁହାଯାଉଛି। ୨୦୨୫ ମଧ୍ୟ ଆଡ଼କୁ ଏହି ଫିଲ୍ମ ରିଲିଜ୍‌ ହୋଇପାରେ ।

Leave A Reply

Your email address will not be published.