ଆରବିଆଇକୁ ଧମକପୂର୍ଣ୍ଣ ଇମେଲ୍‌; ନିର୍ମଳା ସୀତାରମଣ ଇସ୍ତଫା ନଦେଲେ ହେବ ବିସ୍ଫୋରଣ

ନୂଆଦିଲ୍ଲୀ: ଆରବିଆଇକୁ ମିଳିଛି ଏକ ଧମକପୂର୍ଣ୍ଣ ଇମେଲ୍‌। ଆରବିଆଇ କାର୍ଯ୍ୟାଳୟ ସମେତ ଏଚଡିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କରେ ବୋମା ଖଞ୍ଜାଯାଇଥିବା ନେଇ ଇମେଲ୍‌ ଜରିଆରେ ଧମକ ମିଳିଛି। ଏନେଇ ସୂଚନା ଦେଇଛି ମୁମ୍ବଇ ପୁଲିସ। ଏହି ଇମେଲରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି।

gpkandhamal

ପୁଲିସ କହିବା ମୁତାବକ, ମୁମ୍ବଇରେ ମୋଟ୍‌ ୧୧ଟି ସ୍ଥାନରେ ବୋମା ଖଞ୍ଜାଯାଇଥିବା ନେଇ ଧମକ ମିଳିଥିଲା। ପୁଲିସ ଏହି ସବୁ ସ୍ଥାନକୁ ଯାଇ ଅନୁସନ୍ଧାନ କରିଥିଲା ​​କିନ୍ତୁ କିଛି ମିଳି ନଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଏହି ଧମକପୂର୍ଣ୍ଣ ଇମେଲ୍‌ ପ୍ରେରକ ଖିଲାଫତ୍‌ ଇଣ୍ଡିଆ ସହ ଜଡ଼ିତ ଥିବା ଦାବି କରିଛି।

Umasankar Adv

ମୁମ୍ବଇ ପୁଲିସକୁ ମିଳିଥିବା ଧମକପୂର୍ଣ୍ଣ ଇମେଲରେ କୁହାଯାଇଛି ଯେ, ମୁମ୍ବଇ ସହରର ୧୧ଟି ସ୍ଥାନରେ ବୋମା ଲଗାଯାଇଛି। ମଙ୍ଗଳବାର ଦିନ ପ୍ରାୟ ୧.୩୦ ସମୟରେ ଏହି ବିସ୍ଫୋରଣ ଘଟିବ। ଏହାପରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ଏବଂ ତୁରନ୍ତ ପୁଲିସ ସବୁଆଡେ ତନାଘନା କରିଥିଲା ​​କିନ୍ତୁ କୌଣସି ସନ୍ଦେହଜନକ ସାମଗ୍ରୀ ମିଳି ନଥିଲା।

Leave A Reply

Your email address will not be published.