ଚାକିରି ଆଳରେ ଲକ୍ଷାଧିକ ଟଙ୍କା ଠକେଇ, ଅଭିଯୁକ୍ତ ଥାନାରେ ଅଟକ

କେନ୍ଦୁଝରଗଡ଼: ଅନୁଗୁଳ ଜିଲାରେ କାର୍ଯ୍ୟକ୍ଷମ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଧିକାରୀ ବିଭୁତି ଭୂଷଣ ଖୋରା ସେହି କମ୍ପାନୀରେ ନିଯୁକ୍ତି ପ୍ରଦାନ ଆଳରେ ବହୁ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ନେଇଥିବା ମଙ୍ଗଳବାର କେନ୍ଦୁଝର ଟାଉନ ଥାନାରେ ପ୍ରମୋଦ କୁମାର ସାହୁ ଲିଖିତ ଅଭିଯୋଗ କରିଛନ୍ତି। ବିଭୁତି ନିଯୁକ୍ତି ପ୍ରଦାନ କହି କେନ୍ଦୁଝର ସହର କାଶୀପୁର ସାହୁ କଲୋନୀର ସ୍କ୍ରାପ୍‌‌ ବ୍ୟବସାୟୀ ପ୍ରମୋଦ କୁମାର ସାହୁଙ୍କଠାରୁ ଫେବୃୟାରୀ ୨୦୨୨ରୁ ୩ଲକ୍ଷ ୫୯ ହଜାର ଓ ପରେ ତାଙ୍କ ପାର୍ଟନର ଅମିତ କୁମାର ସାହୁଙ୍କ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେବା କହି ୫୦ହଜାର ଠକି ନେଇଥିବା ଜଣାପଡ଼ିଛି। ଏଥିସହ କେନ୍ଦୁଝର ପୁରୁଣାବଜାରର ବାପୁନ ସିଂହ ଏବଂ ଯାଜପୁର ଜିଲା ଜାରକା ଓ ଚଣ୍ଡିଖୋଲ ଅଞ୍ଚଳର କେତେକ ଯୁବକଙ୍କଠାରୁ ମଧ୍ୟ ନିଯୁକ୍ତି ଦେବାକଥା କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗକାରୀ ପ୍ରମୋଦ ସାହୁ କହିଛନ୍ତି। ସମ୍ପୃକ୍ତ କର୍ମଚାରୀ ବିଭୁତି ଭୂଷଣ ଖୋରା ଟଙ୍କା ନେଇ ଫେରାର ହେବା ଅନେକ ଦିନ ପରେ ଯାଜପୁର ଜିଲା ଜାରକା ଅଞ୍ଚଳରେ ସେଠାକାର ଯୁବକଙ୍କ ହାବୁଡରେ ପ୍ରଥମେ ଧରାପଡ଼ିବା ପରେ ୧୯ ଅପ୍ରେଲ ୨୦୨୩ରେ ୩ ମାସ ମଧ୍ୟରେ ୬ଲକ୍ଷ ୫୦ହଜାର ଟଙ୍କା ଫେରସ୍ତ କରିବା ନେଇ ଜାରକା ଥାନାରେ ଲିଖିତ ଭାବେ ଜଣାଇଥିଲେ।

gpkandhamal

ତେବେ ଥାନାରେ ଲିଖିତ ଭାବେ ଜଣାଇବା ପରେ ମଧ୍ୟ ଟଙ୍କା ନଫେରାଇବାରୁ ମଙ୍ଗଳବାର ବିଭୁତି ଭୂଷଣ କେନ୍ଦୁଝରରୁ ଏକ ବସ୍‌‌ ଯୋଗେ ଭୁବନେଶ୍ୱରକୁ ଯାଉଥିବା ବେଳେ ଉକ୍ତ ବସ୍‌‌ରେ ପୁରୁଣାବଜାରର ବାପୁନ ସିଂହ ମଧ୍ୟ ଯାତ୍ରା କରୁଥିବା ସମୟରେ ବିଭୁତି ଭୂଷଣଙ୍କୁ ଧରି ଗାଡିରୁ ଓହ୍ଲାଇବା ବେଳେ ଦୌଡି ପଳାଇବାକୁ ଚେଷ୍ଟା କରିବାକୁ କେତେକ ଯୁବକ ତାଙ୍କୁ କାବୁ କରିନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଟକାଇ ରଖିଥିଲେ। ଏ ସମ୍ପର୍କରେ ଟାଉନ ଥାନା ପୁଲିସ ଖବର ପାଇ ବିଭୁତି ଭୂଷଣ ଏବଂ ନିଯୁକ୍ତି ପାଇଁ ଟଙ୍କା ଦେଇଥିବା ପ୍ରମୋଦ ଓ ଅମିତ ଦୁହିଁଙ୍କୁ ଥାନାକୁ ନେଇ ପଚରାଉଚୁରା କରିଥିଲେ। ପରେ ପ୍ରମୋଦ ବିଭୁତି ଭୂଷଣଙ୍କ ନାମରେ ୩ଲକ୍ଷ ୫୯ହଜାର ଟଙ୍କା ଦୀର୍ଘ ପ୍ରାୟ ୨ବର୍ଷ ଧରି ଠକି ନେଇ ଫେରାର ହୋଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଅଭିଯୁକ୍ତ ବିଭୁତି ଭୂଷଣ ଖୋରାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Umasankar Adv
Leave A Reply

Your email address will not be published.