ବଢିଲା ନୌସେନା ଶକ୍ତି; ସାମିଲ ହେଲା ‘ଆଇଏନଏସ ଇମ୍ଫାଲ’

ମୁମ୍ବଇ: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା। ଶତ୍ରୁ ପକ୍ଷ ମିସାଇଲ୍‌ ବିଧ୍ବଂସକାରୀ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ଜାହାଜ ‘ଆଇଏନଏସ ଇମ୍ଫାଲ’ ମଙ୍ଗଳବାର ନୌସେନାରେ ସାମିଲ ହୋିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ନୌସେନା ମୁଖ୍ୟ ଆଡ଼ମିରାଲ ଆର ହରି କୁମାରଙ୍କ ଉପସ୍ଥିତିରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଏହା ଭାରତୀୟ ନୌସେନାରେ ସାମିଲ ହୋଇଛି।

ପଶ୍ଚିମ ନୌସେନା କମାଣ୍ଡ୍‌ର ‘ଫ୍ଲାଗ୍‌ ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌’ ଭାଇସ୍‌ ଆଡମିରାଲ ଦିନେଶ କେ. ତ୍ରିପାଠୀ କହିଛନ୍ତି, ‘ଆଇଏନଏସ ଇମ୍ଫାଲ’ ହେଉଛି ପ୍ରଥମ ଯୁଦ୍ଧ ଜାହାଜ, ଯାହା ପୂର୍ବୋତ୍ତରର ଏକ ସହର ନାମରେ ନାମିତ ହୋଇଛି। ଚଳିତ ବର୍ଷ ଅକ୍ଟୋବର ୨୦ରେ ଏହାକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଥିଲା।

Umasankar Adv
Leave A Reply

Your email address will not be published.