ଥଣ୍ଡା ଯୋଗୁଁ ୧୭ ଦିନ ସ୍କୁଲ୍‌ ବନ୍ଦ ଘୋଷଣା କଲେ ନଏଡା ଏବଂ ଗାଜିୟାବନ୍ଦ ପ୍ରଶାସନ

ନଏଡା- ଏବେ ଦିଲ୍ଲୀ ଏବଂ ଏନ୍‌ସିଆର୍‌ରେ ପ୍ରବଳ ଥଣ୍ଡା ସହ ଘନ କୁହୁଡି ଅନୁଭୂତ ହେଉଛି । ଭୀଷଣ ଥଣ୍ଡାର ପ୍ରକୋପ ଯୋଗୁଁ ନଏଡା- ଗ୍ରେଟର ନଏଡା ଏବଂ ଗାଜିବାଦରେ ୧୭ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଦିଲ୍ଲୀ ଏନ୍‌ସିଆର ଅଞ୍ଚଳରେ ଜାନୁଆରୀ ଏକ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ରହିଥାଏ । ଏବେ ଏହାକୁ ୧୭ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

gpkandhamal

ଡିସେମ୍ବର ୨୯ ତାରିଖ ଶୁକ୍ରବାର ଠାରୁ ଏହି ଛୁଟି ଆରମ୍ଭ ହୋଇଛି । ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଛୁଟି ରହିବ । ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀ ବନ୍ଦ ରହିବ । ସ୍କୁଲ୍‌ ବନ୍ଦ ରହିଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦ୍ୟାଳୟକୁ ଆସିବ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Umasankar Adv
Leave A Reply

Your email address will not be published.